ନୂଆଦିଲ୍ଲୀ: କୋରୋନା ଭାଇରସର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଯୋଗାଇବେ ମାଗଣା ରାସନ ସାମଗ୍ରୀ । ଲକଡାଉନ ଓ କଟକଣା ମଧ୍ୟରେ ଲୋକଙ୍କ ଜୀବିକା ଆୟ ପ୍ରଭାବିତ ହୋଇଥିବାରୁ ଲୋକଙ୍କୁ ନଭେମ୍ବର ଯାଏଁ ମାଗଣା ରାସନ ଦେବାକୁ ସୋମବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ଯୋଜନା ଅଧିନରେ କେନ୍ଦ୍ର ସରକାର ରାସନ କାର୍ଡଧାରୀଙ୍କୁ ମେ ଓ ଜୁନ ମାସସରେ ପ୍ରତି ବ୍ୟକ୍ତିଙ୍କୁ 5 କିଲୋ ଗହମ କିମ୍ବା ଚାଉଳ ମାଗଣାରେ ଯୋଗାଇ ଦିଆଯିବ । ଅର୍ଥାତ ରାସନକାର୍ଡୀଧାରୀ ଏବେ ଦୀପାବଳି ଯାଏଁ ରାସନକାର୍ଡ ଉପରେ ନିର୍ଦ୍ଧାରିତ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ପାଇପାରିବେ ।