ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀରେ ଗଭୀର ପ୍ରଭାବିତ ରାଜଧାନୀର ପାଖାପାଖୀ 3 ହଜାର ହୋଟେଲ ଓ ଗେଷ୍ଟ ହାଉସ ସ୍ଥିତି ଗୁରୁତର । ଲକଡାଉନ ଓ ବିମାନ ସେବା ବନ୍ଦ ଯୋଗୁଁ ପର୍ଯ୍ୟଟକ ଯାତ୍ରୀ ଆସୁନଥିବା ଆୟ ଶୂନ୍ୟ । । ଖର୍ଚ୍ଚ ହ୍ରାସ କରିବାକୁ 75 ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଗଲାଣି ।
ଫଳରେ ଏସବୁ ହୋଟେଲ , ଗେଷ୍ଟ ହାଉସ ସ୍ଥିତି ଦେବାଳିଆ ହେବାକୁ ବସିଛି । କାରଣ ସେମାନଙ୍କ ଲକ୍ଷାଧିକ ଟଙ୍କାର ବିଲ ପେମେଣ୍ଟ ବାକି ପଡିଛି । ଏ ନେଇ ଦିଲ୍ଲୀ ହୋଟେଲ ଓ ରେସ୍ତୋରା ମାଲିକ ସଙ୍ଗଠନ ଦାବି କରିଛି । ସଂଘର ସଭାପତି ସନ୍ଦୀପ ଖଣ୍ଡେଲୱାଲ କହିଛନ୍ତି କି, ସ୍ଥିତି ଏତେ ସଙ୍କାପନ୍ନ ଯେ, ସେମାନେ ନିଜକର ଘର ଭଡା ଦେବାକୁ ମଧ୍ୟ ଅକ୍ଷମ । ଯଦିଓ କେନ୍ଦ୍ର ସରକାର ଜୁନ 8 ରୁ ହୋଟେଲ ଖୋଲିବା ନେଇ ଅନୁମତି ଦେଇଥିଲେ , କିନ୍ତୁ ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ବଢୁଥିବାରୁ ସରକାର ହୋଟେଲ ଖୋଲିବା ନେଇ କଟକଣା ଲଗାଇଥିଲେ ।