ମୁମ୍ବାଇ: କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ବ୍ୟବସାୟ । ଏଥିଯୋଗୁଁ କ୍ଷତିରେ ବ୍ୟବସାୟୀ । ଏହାକୁ ଦୃଷ୍ଟିରେ ରଖି ଦେଶର ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜରୁରୀକାଳୀନ ଋଣ ସୁବିଧା ଆରମ୍ଭ କରିଛି । ଯେପରି ଗ୍ରାହକଙ୍କ ନଗଦ ସମସ୍ୟା ପୂରଣ ହୋଇପାରିବ ।
କୋଭିଡ 19: ଶସ୍ତାରେ ଜରୁରୀକାଳୀନ ଋଣ ଦେବ ଏସବିଆଇ - ନଗଦ ସମସ୍ୟା
ଦେଶର ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜରୁରୀକାଳୀନ ଋଣ ସୁବିଧା ଆରମ୍ଭ କରିଛି । ଯେପରି ଗ୍ରାହକଙ୍କ ନଗଦ ସମସ୍ୟା ପୂରଣ ହୋଇପାରିବ ।
ଏସବିଆଇ ଏକ ସର୍କୁଲାର ଜାରି କରି କହିଛି ଯେ, କୋଭିଡ -19 ଜରୁରୀକାଳୀନ ଋଣ ସୁବିଧା (CECL) ନାମରେ ଏକ ଅତିରିକ୍ତ ନଗଦ ସୁବିଧା ଆରମ୍ଭ ହେବ । ଯାହା ଅନୁଯାୟୀ 200 କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଯୋଗାଇ ଦିଆଯିବ । ଏହି ସୁବିଧା ଆସନ୍ତା ଜୁନ 30ରୁ ଉପଲବ୍ଧ ହେବ । ଏହା ଅଧୀନରେ 12 ମାସ ପାଇଁ 7.25 ପ୍ରତିଶତ ସୁଧ ହାରରେ ଋଣ ଦିଆଯିବ |
ବ୍ୟାଙ୍କ ତାର ସମସ୍ତ ଶାଖାକୁ ପଠାଇଥିବା ସର୍କୁଲାରରେ କହିଛି ଯେ, କୋଭିଡ 19 ଯୋଗୁଁ ଯେଉଁସବୁ ବ୍ୟବସାୟୀଙ୍କ ବ୍ୟାପାର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କ ଋଣରେ କିଛିଟା ଆଶ୍ବସ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଅନୁଯାୟୀ ଯୋଗ୍ୟ ଋଣଦାତାଙ୍କୁ ଲିକ୍ୟୁଡିଟି ଋଣ ସୁବିଧା ଯୋଗାଇଦିଆଯିବ ।