ମୁମ୍ବାଇ: ସେୟାର ବଜାରରେ ଦେଖାଦେଇଥିବା ଅଭିବୃଦ୍ଧିକୁ ଆର୍ଥିକ ସ୍ଥିତିର ସୁଧାର ସହ ଜଡିତ କରାଯାଇପାରିବ ନାହିଁ । ଏହା କେବଳ ଅଯୌକ୍ତିକ ଉତ୍ସାହର ସଙ୍କେତ ହୋଇପାରେ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅର୍ଥନୀତିଜ୍ଞ ଏ ନେଇ ଯୁକ୍ତି ବାଢିଛନ୍ତି ।
ଏଥିସହ ଅର୍ଥବ୍ୟବସ୍ଥାର ପ୍ରଭାବିତ ସେକ୍ଚରକୁ ଦ୍ବିତୀୟ ରାଉଣ୍ଡର ଆର୍ଥିକ ଡୋଜ ଦେବାକୁ ବି ଅର୍ଥନୀତିଜ୍ଞଙ୍କମାନେ ଜୋର ଦେଇଛନ୍ତି । ସେମାନେ ଚେତାବନୀ ଦେଇ ମଧ୍ୟ କହିଛନ୍ତି କି, ସେପ୍ଟେମ୍ବର ପରେ ଯେବେ ଋଣ କିସ୍ତି ସ୍ଥଗିତ ଅବଧି ଶେଷ ହୋଇଯିବ ସେତେବେଳେ ବ୍ୟାଙ୍କ ଅନାଦେୟ ଋଣ(ଏନପିଏ) ଭାର ବୃଦ୍ଧିର ରିପୋର୍ଟ ଜାରି କରିପାରେ ।