ଓଡିଶା

odisha

ETV Bharat / business

ଟ୍ରେନ ସେବା ବନ୍ଦ: ଟିକେଟ ବୁକିଂ ଆୟ ଠାରୁ ଅଧିକ ରିଫଣ୍ଡ କରିଛି ରେଳବାଇ

କୋରୋନା ଭାଇରସ ସଂକ୍ରମଣ ପ୍ରତିହିତ ପାଇଁ ଲାଗୁ ପ୍ରତିବନ୍ଧକ କାରଣରୁ ରେଳୱେ ସାଧାରଣ ଯାତ୍ରୀବାହୀ ଟ୍ରେନ ପରିଚାଳନା ବନ୍ଦ କରିବାକୁ ପଡିଛି । ଫଳରେ ଯାତ୍ରୀ ମାନେ ପୂର୍ବରୁ କରିଥିବା ବୁକିଂର ଟଙ୍କା ରିଫଣ୍ଡ କରାଯାଇଛି । ଏଥିଯୋଗୁଁ ବହୁତ କ୍ଷତି ସହିଛି ରେଳବାଇ ।

By

Published : Aug 13, 2020, 2:51 PM IST

ଟ୍ରେନ ସେବା ବନ୍ଦ
ଟ୍ରେନ ସେବା ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ରେଳର 167 ବର୍ଷ ଇତିହାସରେ ପ୍ରଥମ । ଟିକେଟ ବୁକିଂ ଆୟ ଠାରୁ ଅଧିକ ଯାତ୍ରୀଙ୍କୁ ଟଙ୍କା ରିଫଣ୍ଡ କରାଯାଇଛି । କୋଭିଡ-19 ସଙ୍କଟ ଯୋଗୁଁ ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ରେଳବାଇର ଯାତ୍ରୀ ଶ୍ରେଣୀ ଆୟରେ 1,066 କୋଟି ଟଙ୍କା କ୍ଷତି ହୋଇଛି ।

ମଧ୍ୟପ୍ରଦେଶର ଚନ୍ଦ୍ର ଶେଖର ଗୌର ଦ୍ବାରା ସୂଚନା ଅଧିକାର ଆଇନ ଅଧିନରେ ମଗାଯାଇଥିବା ରିପୋର୍ଟରେ ଏ ନେଇ ଜଣାପଡିଛି । ଏହା ଅନୁସାରେ ଏପ୍ରିଲ-ଜୁନ ଅବଧିରେ ରେଲୱେର ଯାତ୍ରୀ ଶ୍ରେଣୀରୁ ହେବାକୁ ଥିବା ଆୟ ନକରାତ୍ମକ ରହିଛି । ସେପଟେ ମାଲଗାଡିରୁ ମିଳୁଥିବା ଆୟ ଅପରିବର୍ତ୍ତିତ ରହିଛି ।

କୋରୋନା ଭାଇରସ ସଂକ୍ରମଣ ପ୍ରତିହିତ ପାଇଁ ଲାଗୁ ପ୍ରତିବନ୍ଧକ କାରଣରୁ ରେଳୱେ ସାଧାରଣ ଯାତ୍ରୀବାହୀ ଟ୍ରେନ ପରିଚାଳନା ବନ୍ଦ କରିବାକୁ ପଡିଛି । ଫଳରେ ଯାତ୍ରୀ ମାନେ ପୂର୍ବରୁ କରିଥିବା ବୁକିଂର ଟଙ୍କା ରିଫଣ୍ଡ କରାଯାଇଛି । ଏପ୍ରିଲରେ 531.12 , ମେ’ରେ 145.24 ଓ ଜୁନ ମାସରେ 390.6 କୋଟି ଟଙ୍କା ଟିକେଟ ଭଡା ଫେରସ୍ତ ହୋଇଛି ।

ରେଲୱେ ମୁଖପାତ୍ର ଡି ନାରାୟଣ କହିଛନ୍ତି ଯେ ଏହି କ୍ଷତିର ପରିମାଣ ବାସ୍ତବରେ ରେଳବାଇର ଆୟଠାରୁ ଅଧିକ ଲୋକଙ୍କୁ ରିଫଣ୍ଡର ଆକଳନ ଦର୍ଶାଉଛି। ଗତ ବର୍ଷ ରେଳବାଇ ଏପ୍ରିଲରେ 4,345 କୋଟି, ମେ ମାସରେ 4,463 କୋଟି ଏବଂ ଜୁନରେ 4,589 କୋଟି ଟଙ୍କା ଆୟ କରିଥିଲା।

ରେଳବାଇ କହିଛି ଯେ ମହାମାରୀ ଯୋଗୁଁ ରେଳବାଇ ଚଳିତ ଆର୍ଥିକ ବର୍ଷରେ ପ୍ରାୟ 40,000 କୋଟି ଟଙ୍କା କ୍ଷତି ସହିପାରେ । ତେବେ ମାଲ ପରିବହନ ଭଡା ଏହି ଅବଧିରେ ମିଳିବା ଜାରି ରହିଛି ।

ABOUT THE AUTHOR

...view details