ଓଡିଶା

odisha

ETV Bharat / business

କୋରୋନା ମାଡ: ପ୍ରଭାବିତ ରପ୍ତାନୀ, ଅଣାୟତ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ - ଏମଏସଏମଇ ରପ୍ତାନୀକାରୀ

କୋରୋନା ତାଡନାରେ ଅଧିକ ପ୍ରଭାବିତ ଏମଏସଏମଇ ତଥା କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ । ରପ୍ତାନୀ ନଥିବାରୁ ବେହାଲ କ୍ଷୁଦ୍ର ବ୍ୟବସାୟୀ । ଫଳରେ ବିପଦକୁ ଠେଲି ହୋଇଯାଇଛି କୋଟେି କୋଟି ପେଟ ପାଟଣା । ଅଧିକ ପଢନ୍ତୁ..

covid 19 pandemic to hit msme exporters more trade experts
କୋରୋନା ମାଡ: ପ୍ରଭାବିତ ରପ୍ତାନୀ, ଅଣାୟତ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ

By

Published : Apr 9, 2020, 9:43 PM IST

ନୂଆଦିଲ୍ଲୀ ଦେଶବ୍ୟାପି ଲକଡାଉନ ଜାରି । ଶିଳ୍ପ ଜଗତ, ବ୍ୟବସାୟ ସବୁ ଠପ । ବିଶେଷ କରି ଏମଏସଏମଇ ତଥା କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଅଧିକ ପ୍ରଭାବିତ । ରପ୍ତାନୀ ନଥିବାରୁ ବେହାଲ କ୍ଷୁଦ୍ର ବ୍ୟବସାୟୀ । ଫଳରେ ବିପଦକୁ ଠେଲି ହୋଇଯାଇଛି କୋଟି କୋଟି ପେଟ ପାଟଣା ।

ଦେଶର ରପ୍ତାନୀ ମଧ୍ୟରେ 45 ପ୍ରତିଶତ ଯୋଗଦାନ ଏମଏସଏମଇ ସେକ୍ଟରର ରହିଥାଏ। ହେଲେ ଏବେ ହାତ ବାନ୍ଧି ହୋଇଯାଇଛି । ଆୟ ନାହିଁ । ଏ ନେଇ ବିଷେଶଜ୍ଞଙ୍କ କହିବା ଅନୁଯାୟୀ ଏମଏସଏମଇ ରପ୍ତାନୀକାରୀଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିଛି ।

ପୂର୍ବରୁ ଏ ନେଇ ବିଶ୍ବ ବାଣିଜ୍ୟ ସଂଗଠନ(ଡବ୍ଲୁ୍ଟିଓ) କହିଛି ଯେ, ସମଗ୍ର ଦୁନିଆରେ ସମସ୍ତ ଦେଶ ଏହି ମହାମାରୀ ମଧ୍ୟରେ ଜୁଝୁଛନ୍ତି । ଏପରି ସ୍ତିତିରେ 2020ରେ ବସ୍ତୁଗୁଡିକ ବୈଶ୍ବିକ ବ୍ୟାପର ପ୍ରାୟ 13ରୁ 32 ପ୍ରତିଶତ ହ୍ରାସ ହୋଇପାରେ । ଏମଏସଏମଉ ସେକ୍ଟର ସେବା ଗତିବିଧିରେ ଦେଶର ମୋଟ ଘରୋଇ ଉତ୍ପାଦରେ ଏହା ପ୍ରାୟ 25 ପ୍ରତିଶତ ଯୋଗାଦାନ ରଖିଥାଏ । ଯେତେବେଳେ କି ବିନିର୍ମାଣ ଉତ୍ପାଦନ ଦୃଷ୍ଟିରୁ ଜିଡିପିରେ ଏହାର 33 ପ୍ରତିଶତରୁ ଅଧିକ ଅଂଶ ରହିଥାଏ ।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଅର୍ଥନୀତିର ପ୍ରଫେସର ବିଶ୍ୱଜିତ ଧର କହିଛନ୍ତି ଯେ ଖୁବ ଶୀଘ୍ର ରପ୍ତାନିକାରୀଙ୍କ ପାଇଁ ସରକାର ଏକ ପ୍ରୋତ୍ସାହନ ପ୍ୟାକେଜ ଆଣିବା ଉଚିତ। ସାମ୍ପ୍ରତିକ ସଙ୍କଟ ଏମଏସଏମଇ କ୍ଷେତ୍ର ଉପରେ ଗୁରୁତର ପ୍ରଭାବ ପକାଇବ। ଏହା ଭାରତ ପାଇଁ ବହୁତ କ୍ଷତିକର ହେବ ବୋଲି ସେ କହିଛନ୍ତି। କାରଣ ରପ୍ତାନୀକାରୀ କ୍ଷତି ସହିଲେ ସେମାନେ କର୍ମାଚାରୀଙ୍କୁ ପୁଣି କାମ ଯୋଗାଇପାରିବେ ନାହିଁ । ଯାହା ଦ୍ବାରା କୋରୋନା ଯୋଗୁଁ ଗାଁକୁ ଫେରିଥିବା ଶ୍ରମିକ ବେକାର ହୋଇ ରହିଯିବେ ।

ଧର କହିଛନ୍ତି ଯେ ଆମେରିକା, ଜାପାନ ଏବଂ ଜର୍ମାନୀ ସମେତ ଅନେକ ଦେଶ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି କିନ୍ତୁ ରପ୍ତାନିକାରୀଙ୍କ ପାଇଁ ଭାରତ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହିଁ। ଭାରତୀୟ ବିଦେଶ ବ୍ୟାପର ସଂସ୍ଥାନ(ଆଇଆଇଏଫଟି)ର ପ୍ରଫେସର ରାକେଶ ମୋହନ ଯୋଶୀ କହିଛନ୍ତି ଯେ, କୋଭିଡ-19 ଯୋଗୁଁ ବିଶ୍ବର ଅର୍ଥବ୍ୟବସ୍ଥା ଲାଗୁଛି ଅଟକିଯାଇଛି ।

ABOUT THE AUTHOR

...view details