ଓଡିଶା

odisha

ETV Bharat / business

କୋରୋନା କବଳରେ କୁବେର: 1.4 ଲକ୍ଷ କୋଟି ହରାଇଲେ ମୁକେଶ - coronavirus impact on market

ଦୁନିଆର ବଡ ବଡ କମ୍ପାନୀଙ୍କୁ ବୁଡାଇଲାଣି କୋରୋନା । ପୁଞ୍ଜି ବଜାରରେ ଝଡ ସୃଷ୍ଟି ସହ ଭାରତର ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହ୍ରାସ କଲାଣି କୋରେନା । ଅଧିକ ପଢନ୍ତୁ ...

India richest person
କୋରୋନା କବଳରେ କୁବେର: 1.4 ଲକ୍ଷ କୋଟି ହରେଇଲେ ମୁକେଶ

By

Published : Apr 6, 2020, 8:01 PM IST

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ମଣିଷଙ୍କୁ କୋଭିଡ-19 ଝଟକା । କୋରୋନା ସଙ୍କଟ ମଧ୍ୟରେ ବଜାରରେ ଭାରୀ ହ୍ରାସ ଜାରି ରହିଥିବାରୁ ହ୍ରାସ ପାଉଛି ରିଲାଏନ୍ସ ସେୟାର । ଏଥିଯୋଗୁଁ ଗତ 2 ମାସରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି 28 ପ୍ରତିଶତ କମିଛି ।

କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଲଡକାଉଲ ଲାଗୁ । ଫଳରେ କାରବାର ଠପ । ଏଥିଯୋଗୁଁ ସେୟାର ବଜାର ବି ଅସ୍ଥିର । ଛାନିଆରେ ନିବେଶକ ଟଙ୍କା ପ୍ରତ୍ୟାହାର କରୁଛି । ଏ ସବୁ ଭିତରେ ମାର୍ଚ୍ଚ 31ରେ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ କମି 48 ଅରବ ଡଲାର ରହିଛି । ବାରକ୍ଲେଜ ହୁରୁନ ଇଣ୍ଡିଆ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଅମ୍ବାନୀ ବିଶ୍ବର ଅଷ୍ଟମ ଧନୀ ବ୍ୟକ୍ତି । ହେଲେ ଫେବୃଆରୀ-ମାର୍ଚ୍ଚରେ ତାଙ୍କ ସମ୍ପତ୍ତିର ବଜାର ମୂଲ୍ୟ 19 ଅରବ ଡଲାରକୁ ଖସିଆସିଛି ।

ଏହି ତାଲିକାରେ ଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତିରେ 6 ବିଲିୟନ ଡଲାର ବା 37 ପ୍ରତିଶତ ହ୍ରାସ ହୋଇଛି। ସେହିପରି ଏଚସିଏଳ ଟେକ୍ନୋଲୋଜି ପ୍ରମୁଖ ଶିବ ନାଡର ସମ୍ପତ୍ତି 5 ଅରବ ଡଲାର ଓ କୋଟକ ବ୍ୟାଙ୍କର ଉଦୟ କୋଟକଙ୍କ ସମ୍ପତ୍ତି 4 ପ୍ରତିଶତ କମିଛି । ତେବେ ଅମ୍ବାନୀଙ୍କ ବ୍ୟତିତ ଅନ୍ୟ 3 ଜଣ ଏହି ତାଲିକାର ଶ୍ରେଷ୍ଠ 100ରୁ ବାଦ ପଡିଛନ୍ତି । ପ୍ରକାଶ ଯେ, ଗତ 2 ମାସ ମଧ୍ୟରେ କୋରୋନା ସଙ୍କଟ ଯୋଗୁଁ ସେୟାର ବଜାର 25 ପ୍ରତିଶତ ଖସିଛି ।

ABOUT THE AUTHOR

...view details