ଓଡିଶା

odisha

ETV Bharat / business

ବିମାନ ସେବା ବାଧାପ୍ରାପ୍ତ, ବିକାଶର ଉଡାଣରେ ବାଧକ ‘2020’ - 2020 ରେ ବିମାନ ଶିଳ୍ପ

କୋରୋନା ମାଡରେ ଶୋଚନୀୟ ଭାରତୀୟ ବିମାନ ସେକ୍ଟର । କଟକଣା ଓ ଲକଡାଉନ ମଧ୍ୟରେ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରାଯାଇଥିବା କମ୍ପାନୀଗୁଡିର ପ୍ରବଳ ମାତ୍ରାରେ କ୍ଷତି ସହିବାକୁ ପଡୁଛି । ସେହିଭଳି ଏକମାତ୍ର ରାଷ୍ଟ୍ରାୟତଃ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଆର୍ଥିକ ସଙ୍କଟରେ ଜୁଝୁଥିବାରୁ ଏହାର ବିକ୍ରି ପାଇଁ ଟଳୁଛି ବିଡ ଦାଖଲ ତାରିଖ । ଅଧିକ ପଢନ୍ତୁ..

ବିମାନ ସେବା ବାଧାପ୍ରାପ୍ତ, ବିକାଶର ଉଡାଣରେ ବାଧକ  ‘2020’
ବିମାନ ସେବା ବାଧାପ୍ରାପ୍ତ, ବିକାଶର ଉଡାଣରେ ବାଧକ ‘2020’

By

Published : Dec 26, 2020, 8:11 PM IST

ହାଇଦ୍ରବାଦ: ବିଭିନ୍ନ ଶିଳ୍ପ ଭଳି ବିମାନ ସେକ୍ଟର ଉପରେ ଗଭୀର ପ୍ରଭାବ ପକାଇଛି 2020 । କୋଭିଡ-19 ମହାମାରୀ ପାଇଁ ଲାଗୁ ବୈଶ୍ବିକ ଲକଡାଉନ ଯୋଗୁଁ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଧୂଳିସାତ ହୋଇଛି ଏହି ସେକ୍ଟର । ଘରୋଇ ବିମାନ କମ୍ପାନୀ, ବିମାନବନ୍ଦର କମ୍ପାନୀ ସବୁ କୋରୋନା କଟକଣାରେ ଅଣନିଶ୍ବାସୀ ।

ଲକଡାଉନରେ ଏୟାରଲାଇନ୍ସ କମ୍ପାନୀର କାରବାର ପ୍ରାୟ ଠପ ହୋଇଗଲା । ଏଥିଯୋଗୁଁ ବନ୍ଦ ହୋଇଗଲା ଆୟ । ଏଥିଯୋଗୁଁ କମ୍ପାନୀଗୁଡିକ ସେମାନଙ୍କ ଅନେକ କର୍ମଚାରୀଙ୍କ ଛଟେଇ କରିଥିବାବେଳେ କିଛି ବିନା ବେତନରେ ଛୁଟିରେ ଗଲେ । ଏପରିକି ବହୁ ଲୋକ ଅଧା ଦରମାରେ କାମ କଲେ ।

ବର୍ଷ ମଧ୍ୟରେ ସରକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ଜାରି ଟେଣ୍ଡରରେ ବିଡ୍ ଦାଖଲ କରିବା ଶେଷ ତାରିଖ କୋଭିଡ୍ 19 ଦ୍ବାରା ଉପୁଜିଥିବା ସ୍ଥିତି କାରଣରୁ 5 ଥର ବଢାଯାଇଛି । ମହାମାରୀ ଏବଂ ଲକଡାଉନ ଯୋଗୁଁ ଦେଶର ସମସ୍ତ ନିୟମିତ ବିମାନ 23 ମାର୍ଚ୍ଚରୁ 25 ମେ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ପରେ ସୀମିତ କ୍ଷମତା ସହିତ 25 ମେ’ରୁ ଧୀରେ ଧୀରେ ବିମାନ ସେବା ଆରମ୍ଭ ହେଲା । ନିୟମିତ ଆନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଛି ।

ତେବେ ଲକଡାଉନ ସମୟରେ ବିଦେଶରେ ଫସିଥିବା ଭାରତୀୟ ସ୍ବଦେଶ ଫେରିବା ପାଇଁ ସରକାର ‘ ବନ୍ଦେ ଭାରତ ମିଶନ’ ଅଧିନରେ ସୀମିତ ଅନ୍ତରାଷ୍ଟ୍ରୀୟ ଉଡାଣ ପରିଚାଳନା କଲେ । ସେପଟେ କିଛି ଦେଶ ସହ ବିଶେଷ ଦ୍ବିପାକ୍ଷୀକ ବୁଝାମଣା (ଏୟାର ବବଲ ପ୍ୟାକ୍ଟ) ଅଧିନରେ ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନାକୁ ଅନୁମତି ଦିଆଯାଇଥିଲା ।

ଜୁଲାଇରୁ ଏବେ ସୁଦ୍ଧା 24 ଦେଶ ସହ ଏହି ବୁଝାମଣା କରାଯାଇଛି । ନିକଟରେ ବିଟ୍ରେନରେ କୋରୋନା ଭାଇରସ ନୂଆ ପ୍ରକାର ସାମ୍ନାକୁ ଆସିବା ପରେ ସର୍ବପ୍ରଥମେ ସେଠାରୁ ଆସୁଥିବା ଉଡାଣକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି ।

ମହାମାରୀ ଯୋଗୁଁ ଦେଶର 2 ସର୍ବବୃହତ୍ତ ବିମାନ କମ୍ପାନୀ ଇଣ୍ଡିଗୋ ଓ ସ୍ପାଇସଜେଟକୁ ଆର୍ଥିକ ବର୍ଷ 2020-21ର ପ୍ରଥମ ଓ ଦ୍ବିତୀୟ ତ୍ରୟମାସରେ ବଡ କ୍ଷତି ସହିବାକୁ ପଡିଛି । ଏପ୍ରିଲ-ଜୁନ ତ୍ରୟମାସରେ ଇଣ୍ଡିଗୋକୁ 2,884 କୋଟି ଟଙ୍କା ଓ ସ୍ପାଇସଜେଟକୁ 600 କୋଟି ହୋଇଛି ।

ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଏହି କ୍ଷତି କ୍ରମଶଃ: 1,194 କୋଟି ଟଙ୍କା ଓ 112 କୋଟି ଟଙ୍କା ରହିଛି । ବିମାନ କ୍ଷେତ୍ରର ପରାମର୍ଶ କମ୍ପାନୀ ସିଏପିଏ ଅକ୍ଟୋବର ମାସରେ ଘରୋଇ ବିମାନ ଯାତ୍ରା ତୁଳନାରେ ଅନ୍ତରାଷ୍ଟ୍ରୀୟ ଉଡାଣ ପୁଣି ଆରମ୍ଭର ଧୀମା ପ୍ରଗତିର ଅନୁମାନ ପ୍ରକାଶ କରିଛି । ଏହାଦ୍ବାରା ବିଶେଷ କରି ଏୟାର ଇଣ୍ଡିଆକୁ କ୍ଷତି ହେବା ନେଇ କୁହାଯାଇଥିଲା । କାରଣ ଏହାର ମୋଟ ଆୟର ପ୍ରାୟ 60 ପ୍ରତିଶତ ଅଂଶ ଅନ୍ତରାଷ୍ଟ୍ରୀୟ ଉଡାଣରୁ ଆସିଥାଏ ।

ସିପିଏପିଏ ଏହାର ରିପୋର୍ଟରେ ଜଣାଇଛି କି 2020-21 ରେ 5 ରୁ 6 କୋଟି ଯାତ୍ରୀ କେବଳ ବିମାନ ଯାତ୍ରା କରିବେ । ଯେତେବେଳେ କି ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରୀ ସଂଖ୍ୟା 1 କୋଟିରୁ କମ ରହିବା ଅନୁମାନ ଅଛି । ଆର୍ଥିକ ବର୍ଷ 2019-20ରେ ଦେଶରେ ପ୍ରାୟ 20.5 କୋଟି ଯାତ୍ରୀ ବିମାନ ଯାତ୍ରା କରିଥିଲେ ।

ଏଥିରେ 14 କୋଟି ଘରୋଇ ଯାତ୍ରୀ ଓ 6.5 କୋଟି ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରୀ ଥିଲେ । 2018 ରେ ଏୟାର ଇଣ୍ଡିଆର ବିକ୍ରିର ଅସଫଳ ପ୍ରଚେଷ୍ଟା ପରେ ସରକାର ଏ ବର୍ଷ ଜାନୁଆରୀରେ ପୁଣି ଏହାକୁ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ମହାମାରୀ ଯୋଗୁଁ ଏଥିପାଇଁ ବିଡ ଜମା କରିବାର ଶେଷ ତାରିଖ ସରକାରଙ୍କୁ 5 ଥର ବଢାଇବାକୁ ପଡିଛି । ଶେଷରେ ଡିସେମ୍ବର 14 କୁ ଏଥିପାଇଁ ଶେଷ ବିଡ ସ୍ବୀକାର କରାଯାଇଛି । ଏବେ ଯୋଗ୍ୟ ବିଡରଙ୍କ ନାଁ ଘୋଷଣା ଜାନୁଆରୀ 5ରେ କରାଯିବ ।

ABOUT THE AUTHOR

...view details