ମୁମ୍ବାଇ: କୋଭିଡ-19 ପ୍ରଭାବରେ ଭୁଷୁଡି ପଡିଥିବା ବିମାନ ଉଦ୍ୟୋଗକୁ ବୁଷ୍ଟର ଦେବା ପାଇଁ ରିଲିଫ ପ୍ୟାକେଜ ଦାବି କରିଛି ଫିକ୍କି । ବିମାନ ବାତିଲ ଯୋଗୁଁ ସଙ୍କଟରେ ଗତି କରୁଥିବା ଘରୋଇ ବିମାନ ଉଦ୍ୟୋଗକୁ ନଗଦ ସହାୟତା ସହ ସୁଧ ଛାଡ, ଶସ୍ତା ଋଣ ଏବଂ 2 ବର୍ଷ ପର୍ଯ୍ୟନ୍ତ କରରୁ ମୁକ୍ତି ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି ।
ଏହା ବ୍ୟତୀତ ବିମାନ କ୍ଷେତ୍ରକୁ 6 ମାସ ପର୍ଯ୍ୟନ୍ତ ଟର୍ମ ଲୋନ ପେମେଣ୍ଟରେ ରିହାତି, ପେଟ୍ରୋଲିୟମ ମାର୍କେଟ କମ୍ପାନୀ ଗୁଡିକ ପକ୍ଷରୁ 180 ଦିନର ଋଣ ସୁବିଧା ଓ ବିମାନ ବୀମା ପ୍ରିମିୟମ ଛାଡ ଦେବା ଦରକାର ବୋଲି ଫିକ୍କି ଜଣାଇଛି ।