ଓଡିଶା

odisha

By

Published : Jun 27, 2020, 8:42 PM IST

ETV Bharat / business

ବୀମା କମ୍ପାନୀଙ୍କ ବ୍ୟବସାୟ ପ୍ରକ୍ରିୟାରେ ବାଧା ଆଣିଛି କୋରୋନା

କୋରୋନା ମହାମାରୀ ରୋକିବା ପାଇଁ ଲାଗୁ ଲକଡାଉନ ମଧ୍ୟରେ ସମସ୍ତ ବୀମା କମ୍ପାନୀକୁ ଏପ୍ରିଲ ଓ ମେ ମାସ କାରବାରରେ ହ୍ରାସ ସାମ୍ନା କରିବାକୁ ପଡିଛି । ଅଧିକ ପଢନ୍ତୁ..

ବୀମା କମ୍ପାନୀଙ୍କ ବ୍ୟବସାୟ ପ୍ରକ୍ରିୟାରେ ବାଧା ଆଣିଛି କୋରୋନା
ବୀମା କମ୍ପାନୀଙ୍କ ବ୍ୟବସାୟ ପ୍ରକ୍ରିୟାରେ ବାଧା ଆଣିଛି କୋରୋନା

ନୂଆଦିଲ୍ଲୀ: କୋଭିଡ -19 ମହାମାରୀ ବୀମା କମ୍ପାନୀଗୁଡିକର ବ୍ୟବସାୟରେ ବାଧା ସୃଷ୍ଟି କରିଛି । ଏଥିସହ ଏହି କମ୍ପାନୀଗୁଡିକୁ ବ୍ୟବସାୟରେ ହ୍ରାସର ସାମ୍ନା କରିବାକୁ ପଡୁଛି । ବୀମା କମ୍ପାନୀ IFFCO-TOKIO ଜେନେରାଲ ଇନସୁରାନ୍ସର ଜଣେ ବରିଷ୍ଠ ଅଧିକାରୀ ଶନିବାର ଏନେଇ ଟିପ୍ପଣୀ ଦେଇଛନ୍ତି।

କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନାମିକା ରଏ ରାସ୍ତ୍ରାୱାର (Anamika Roy Rastrawar)କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଯେବେ ସବୁ କିଛି ଅନଶ୍ଚିତତା ଆଉ ବୀମା ମହତ୍ବପୂର୍ଣ୍ଣ ରହିଛି, ସେତେବେଳେ ଏହି ମହାମାରୀ ବ୍ୟବସାୟର ସବୁ ତରିକାରେ ବାଧା ଉପୁଜାଉଛି ।

MCCI ଦ୍ବାରା ଆୟୋଜିତ ଏକ ୱେବିନାରରେ ସେ କହିଛନ୍ତି କି , କୋରୋନା ମହାମାରୀ ରୋକିବା ପାଇଁ ଲାଗୁ ଲକଡାଉନ ମଧ୍ୟରେ ସମସ୍ତ ବୀମା କମ୍ପାନୀକୁ ଏପ୍ରିଲ ଓ ମେ ମାସ କାରବାରରେ ହ୍ରାସ ସାମ୍ନା କରିବାକୁ ପଡିଛି । ସେ କହିଛନ୍ତି ଯେ ପୂର୍ବରୁ ସାଧାରଣତଃ ଗାଡି ବୀମା ସବୁଠୁ ବଡ କାରବାର ହେଉଥିଲା । ହେଲେ ଏବେ ଚିକିତ୍ସା ବୀମାର ଚାହିଦା ବଢିଛି । ଏଥିରୁ ମନେ ହେଉଛି ଶୀଘ୍ର ଚିକିତ୍ସା ବୀମା ଗାଡି ବୀମାକୁ ପଛରେ ପକାଇବ ।

ABOUT THE AUTHOR

...view details