ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫୦ ଲକ୍ଷ କୋଟି ଟଙ୍କାର ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ । ଶୁକ୍ରବାର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକ ଗ୍ରୀନ ସିଗନାଲ ଦିଆଯାଇଛି ।
ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ୨୦୨୦-୨୧ ଆର୍ଥିକ ବର୍ଷରେ କେଉଁ ବିଭାଗକୁ କେତେ ଟଙ୍କା ବ୍ୟୟ ବରାଦ କରାଯିବ ? କେଉଁ କେଉଁ ଦିଗ ଉପରେ ଗୁରୁତ୍ବ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ ହେବ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରସ୍ତୁତ ଚିଠାରେ ମୋହର ଲଗାଯାଇଛି ।
2019-20 ଆର୍ଥିକ ବର୍ଷରେ ବଜେଟ ଅଟକଳ ୧.୩୯ ଲକ୍ଷ କୋଟି ଟଙ୍କା ରହିଛି । ତେବେ ବିଭିନ୍ନ ପଦକ୍ଷେପ ଓ ଯୋଜନା ଲାଗୁ ନେଇ 2020-21 ବର୍ଷର ବଜେଟର ଆକାର ବୃଦ୍ଧି ପାଇପାରେ । ତଥ୍ୟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟର ପରିମାଣ ୧.୫୦ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି ।