ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପ ବୃଦ୍ଧି ଯୋଗୁଁ ଯାତ୍ରୀଙ୍କୁ ଆଶ୍ବସ୍ତି ଦେଲା ଗୋ ଏୟାର । ଏପ୍ରିଲ 30 ପର୍ଯ୍ୟନ୍ତ ବୁକ ହୋଇଥିବା ଟିକେଟ ବାତିଲ କିମ୍ବା ପୁନଃନିର୍ଦ୍ଧାରଣ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ରବିବାର ଘୋଷଣା କରିଛି ଗୋ ଏୟାର ।
ଏୟାର ଲାଇନର ଏକ ବୟାନରେ କୁହାଯାଇଛି ଯେ, ମାର୍ଚ୍ଚ 8ରୁ ଏପ୍ରିଲ 30 ମଧ୍ୟରେ ଓ ମାର୍ଚ୍ଚ 8ରୁ ସେପ୍ଟେମ୍ବର 30 ମଧ୍ୟରେ ହୋଇଥିବା ସମସ୍ତ ବୁକିଙ୍ଗ ଟିକେଟକୁ ରଦ୍ଦ କିମ୍ବା ରିସେଡ୍ୟୁଲ କରାଯିବ । କୋରୋନା ଭାଇରସର ପ୍ରକୋପକୁ ନଜରରେ ରଖି କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।