ଓଡିଶା

odisha

By

Published : Mar 3, 2020, 6:56 PM IST

ETV Bharat / business

କୋରୋନା ଆତଙ୍କ: ନୋଏଡାର 1000 କମ୍ପାନୀଙ୍କୁ ଆଲର୍ଟ ନୋଟିସ

ଦେଶରେ କୋରୋନା କୋପ । ପ୍ରଭାବିତ ଶିଳ୍ପ ଠାରୁ ସ୍କୁଲ । ସତର୍କ ରହିବାକୁ ସବୁଠି ସରକାରଙ୍କ ପ୍ରଶାସନ । ତେବେ ମଙ୍ଗଳବାର କୋରୋନା ଭାଇରସ ବିପଦକୁ ଦେଖି ଗୌତମବୁଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏଥିସହ 1000ରୁ ଉର୍ଦ୍ଧ୍ବ ଦେଶୀ-ବିଦେଶୀ କମ୍ପାନୀଙ୍କୁ ଆଲର୍ଟ ନୋଟିସ ପଠାଯାଇଛି ।

coronavirus alert in noida district administration issued corona virus alert to 1000 companies
କୋରୋନା ଆତଙ୍କ: ନୋଏଡାର 1000 କମ୍ପାନୀଙ୍କୁ ଆଲର୍ଟ ନୋଟିସ

ନୋଏଡା: ଦେଶରେ କୋରୋନା କୋପ । ପ୍ରଭାବିତ ଶିଳ୍ପ ଠାରୁ ସ୍କୁଲ । ସତର୍କ ରହିବାକୁ ସବୁଠି ସରକାରଙ୍କ ପ୍ରଶାସନ । ତେବେ ମଙ୍ଗଳବାର କୋରୋନା ଭାଇରସ ବିପଦକୁ ଦେଖି ଗୌତମବୁଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏଥିସହ 1000ରୁ ଉର୍ଦ୍ଧ୍ବ ଦେଶୀ-ବିଦେଶୀ କମ୍ପାନୀଙ୍କୁ ଆଲର୍ଟ ନୋଟିସ ପଠାଯାଇଛି ।

କୋରୋନା ଆତଙ୍କ: ନୋଏଡାର 1000 କମ୍ପାନୀଙ୍କୁ ଆଲର୍ଟ ନୋଟିସ

ଏହି ନୋଟିସରେ ସମସ୍ତ କମ୍ପାନୀଙ୍କୁ କୁହାଯାଇଛି ଯେ, ଯଦି ସେମାନଙ୍କ କୌଣସି କର୍ମଚାରୀ ବିଦେଶ ଯାଇଛନ୍ତି ତେବେ ସେମାନେ ଭାରତ ଫେରିବା ପରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଉ । ଗଣମାଧ୍ୟମକୁ ଏ ନେଇ ଗୌତମ ବୁଦ୍ଧ ନଗର ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁରାଗ ଭାର୍ଗବ ଏ ନେଇ ଜଣାଇଛନ୍ତି ।

ସିଏମଓ କହିଛି କି ଇରାନ, ସିଙ୍ଗାପୁର, ଚୀନ୍ ସମେତ 13 ଟି ଦେଶରୁ ଫେରିଥିବା ଲୋକଙ୍କ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି । ଉଲ୍ଲେଖନୀୟ ଯେ, ନୋଏଡାରେ ଚୀନ, ଜାପାନ, କୋରିଆ, ଇଟାଲୀ, ଜର୍ମାନୀରେ ଅନେକ ପ୍ରସିଦ୍ଧ କମ୍ପାନୀ ରହିଛି |

ପ୍ରକାଶ ଯେ, କୋରୋନା ଭାଇରସ ଆଶଙ୍କାରେ ମଙ୍ଗଳବାର ନୋଏଡାରେ ଏକ ପ୍ରମୁଖ ଇଂରାଜୀ ମାଧ୍ୟମିକ ସ୍କୁଲ ବନ୍ଦ କରିଦିଆଯାଇଛି । କୁହାଯାଉଛି କି ଦିଲ୍ଲୀର ଜଣେ କୋରୋନା ଭାଇରସ ଆକ୍ରାନ୍ତ ପୀଡିତ ଗତ ସପ୍ତାହରେ ଏକ ବାର୍ଥଡେ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସେମାନଙ୍କ ଛୁଆ ସହ ଉକ୍ତ ସ୍କୁଲର ବହୁ ପିଲା ଉପସ୍ଥିତ ଥିଲେ ।

ABOUT THE AUTHOR

...view details