ଓଡିଶା

odisha

ETV Bharat / business

କୋରୋନା ହଇଚଇ: 17 ବର୍ଷର ସର୍ବନିମ୍ନ ରେକର୍ଡରେ ଅଶୋଧିତ ତୈଳ - ଅଶୋଧିତ ତୈଳ ଦର ହ୍ରାସ

କେରୋନା ଭାଇରସ ସଂକ୍ରମଣ ବିପଦ ମଧ୍ୟରେ ଧରାଶାୟୀ ବିଶ୍ବ ବଜାର । ଅଶୋଧିତ ତୈଳ 17 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି ।

corona havoc crude oil reaches 17 year low
କୋରୋନା ହଇଚଇ : 17 ବର୍ଷର ସର୍ବନିମ୍ନ ରେକର୍ଡରେ ଅଶୋଧିତ ତୈଳ

By

Published : Mar 30, 2020, 6:13 PM IST

ନୂଆଦିଲ୍ଲୀ: ବଢିବାରେ ଲାଗିଛି କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା । ଏହାର ପ୍ରଭାବରେ ଏସିଆ ବଜାରରେ ସୋମବାର ଅଶୋଧିତ ତୈଳ ଦାମ ହ୍ରାସ ପାଇଛି । ଯାହାକି 17 ବର୍ଷର ସର୍ବନିମ୍ନ ସ୍ତର ।

ଆମେରିକାରେ ୱେଷ୍ଟ ଟେକ୍ସସାସ ଇଣ୍ଟରମିଡିଏଟ 5.3 ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା 20 ଡଲାରରେ ଏବଂ ଅନ୍ତରାଷ୍ଟ୍ରୀୟ ବ୍ରେଣ୍ଟ କ୍ରୁଡ 6.5 ପ୍ରତିଶତ କମି 23 ଡଲାରରେ ପହଞ୍ଚିଛି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ବରେ ପାଖାପାଖି 33 ହଜାର ଲୋକ ପ୍ରାଣ ହରାଇଛନ୍ତି । ବିଶେଷ କରି ଆମେରିକା ଓ ୟୁରୋପ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।

କୋରୋନା ଭାଇରସର ମୁକାବିଲା ପାଇଁ ବିଶ୍ବର ପ୍ରତି ଦେଶର ସରକାର ଏବେ ଲକଡାଉନର ସାହାରା ନେଉଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ଦେଶୀୟ ଓ ଅନ୍ତରାଷ୍ଟ୍ରୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁଥିପାଇଁ ଅଶୋଧିକ ତୈଳ ଉପରେ ଭାରୀ ଚାପ ପଡୁଛି । ଚାହିଦା ହ୍ରାସ ହେଉଥିଲା ବେଳେ ଯୋଗାଣ ବୃଦ୍ଧି ପାଉଛି । ସେପଟେ ଶୀର୍ଷ ଉତ୍ପାଦକ ସାଉଦି ଆରବ ଓ ଋଣ ମଧ୍ୟରେ ଚାଲିଥିବା ପ୍ରାଇସ ୱାର ୟୋଗୁଁ ଅଶୋଧିକ ତୈଳ ଦାମ ଲଗାତାର ଖସିଚାଲିଛି ।

ରିୟାଦ ଗତ ସପ୍ତାହରେ କହିଥିଲେ ଯେ ଉତ୍ପାଦନରେ କୌଣସି ହ୍ରାସ ପାଇଁ ଏହା ମସ୍କୋ ସହିତ ଯୋଗାଯୋଗରେ ନାହିଁ । ଅନ୍ୟପକ୍ଷରେ ରୁଷର ଉପ ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ରୁଷର ଉତ୍ପାଦଗୁଡ଼ିକ ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା 25 ଡଲାର ଖରାପ ନୁହେଁ । ଏଥିରୁ ସଙ୍କେତ ମିଳିଛି ଯେ, ବର୍ତ୍ତମାନ ଉଭୟ ପକ୍ଷ କୌଣସି ସହମତିଠାରୁ ବହୁ ଦୂରରେ।

ABOUT THE AUTHOR

...view details