ନୂଆଦିଲ୍ଲୀ: ବିଶ୍ବ ବାଣିଜ୍ୟ ଉପରେ ପ୍ରାଣଘାତୀ କୋରୋନାର ନକରାତ୍ମକ ପ୍ରଭାବ । ମୁଣ୍ଡ ପରେ ମୁଣ୍ଡ ନେଇଚଲିଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ବିପଦରେ ପେଟପାଟଣା । ବିଶ୍ବ ସର୍ବବୃହତ୍ତ ରାଷ୍ଟ୍ର ଚୀନରେ ମଚିଯାଇଛି ହାହାକାର । ଏହାର ପ୍ରକୋପକୁ ନଜରରେ ରଖି ଚୀନ ସରକାର ପ୍ରାୟ 80 ପ୍ରତିଶତ ରପ୍ତାନୀ ଓ ଆମଦାନୀ ଉପରେ ରୋକ ଲଗାଇଦେଇଛନ୍ତି । ଏନେଇ ଭାରତୀୟ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ବ୍ୟବସାୟ ଉପରେ ଲଗାମ କଷିବା ସହ ଚୀନ ଭାରତରୁ ରପ୍ତାନୀ ହେଉଥିବା କପା ବୋଝକୁ ବି ଫେରେଇ ଦେଇଛି । ଏଥିଯୋଗୁଁ ଭାରତରେ 3ଲକ୍ଷ କପା ବୋଝ (Cotton bales) ପଡିରହିଛି । ଫଳରେ ସଂଘ କପା କେନ୍ଦ୍ରକୁ ମଧ୍ୟ ସହ ବ୍ୟବସାୟୀ ହାତ ବାନ୍ଧି ଦେଲେଣି । ବାଧ୍ୟ ହୋଇ ସର୍ବନିମ୍ନ ମୂଲ୍ୟ ଠାରୁ ବି 500 ଟଙ୍କା କମରେ ଉତ୍ପାଦକ ଘରୋଇ ବଜାରରେ ବିକ୍ରି କରୁଛନ୍ତି । ଏଥିପାଇଁ କୃଷକ ମଧ୍ୟ ଏବେ ଗମ୍ଭୀର ସ୍ଥିତିରେ ଗତି କରୁଛି ।