ନୂଆଦିଲ୍ଲୀ: ସୁଧୁରିଛି 8 ପ୍ରମୁଖ ଉଦ୍ୟୋଗ(କୋର ସେକ୍ଟର)ର ଅଭିବୃଦ୍ଧି ହାର । 2019 ଡିସେମ୍ବରରେ ଶିଳ୍ପଗୁଡିକର ଉତ୍ପାଦନ 1.3 ପ୍ରତିଶତକୁ ବଢିଛି । କୋଇଲା, ଫର୍ଟିଲାଇଜର , ରିଫାଇନେରୀ ଉଦ୍ୟୋଗର ଭଲ ପ୍ରଦର୍ଶନ ଯୋଗୁଁ ଉତ୍ପାଦନ ବଡିଚି । ଫଳରେ ଧମେଇ ପଡିଥିବା ଶିଳ୍ପ ସବୁ ଟ୍ରାକରୁ ଫେରିଛନ୍ତି ।
ଏହା ପୂର୍ବରୁ ଲଗାତାର 4 ମାସ ଧରି କୋର ସେକ୍ଟର ଉତ୍ପାଦନ ହ୍ରାସ ପାଉଥିଲା । ହେଲେ ଡିସେମ୍ବରରେ ଏଥିରେ ଅଭିବୃଦ୍ଧି ହୋଇଛି । ତଥାପି 2018 ଡିସେମ୍ବର ତୁଳନାରେ 2.1 ପ୍ରତିଶ୍ରତ ବୃଦ୍ଧି ତୁଳନାରେ କମ ରହିଛି ।