ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଆକାଶଛୁଆଁ ଦରଦାମ । ଖାଉଟିଙ୍କ ହାଣ୍ଡିଶାଳକୁ ବେପାରୀଙ୍କ ଟ୍ରେଜେରୀ ସବୁଠି ମହଙ୍ଗା ମାଡ । ବାହାରେ ଖରାକୁ ତେଲ ତାତିରେ ଗ୍ରାହକଙ୍କ ଅସହ୍ୟ ଯନ୍ତ୍ରଣା । ଫେବୃଆରୀରେ ମୁଦ୍ରାସ୍ପୀତି ଆଧାରିତ ଉପଭୋକ୍ତା ମୂଲ୍ୟ ସୂଚୀ(ସିପିଆଇ) ବୃଦ୍ଧି ପାଇ 2.57 ପ୍ରତିଶତରେ ପହଞ୍ଚିଛି । ଯାହା କି ଗତ 4 ମାସରେ ସର୍ବୋଚ୍ଚ ।
କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସଓ) ଜାରି କରିଥିବା ରିପୋର୍ଟ ମୁତାବକ, ଜାନୁଆରୀରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଘଟିବାରୁ ସାମଗ୍ରିକ ଭାବେ ଖାଉଟି ମୁଦ୍ରାସ୍ଫୀତି ହାର 1.97 ପ୍ରତିଶତ ରହିଥିଲା । ହେଲେ ଫେବୃଆରୀରେ ଦରମାଡ ଅଧିକ ରହିଥିବା ଏହା ଡବଲ ହୋଇଛି । ଗତବର୍ଷ ଫେବୃଆରୀରେ ସିପିଆଇ ହାର 4.44 ପ୍ରତିଶତରେ ରହିଥିଲା ।