ଓଡିଶା

odisha

By

Published : Apr 22, 2021, 4:08 PM IST

ETV Bharat / business

କୋଭିଡ ସଙ୍କଟ, ଟଳମଳ ଉପଭୋକ୍ତାଙ୍କ ବିଶ୍ବାସ

କୋଭିଡ ସଙ୍କଟ ମଧ୍ୟରେ ହ୍ରାସ ହୋଇଛି ଲୋକଙ୍କ ଆୟ । ହେଲେ ବ୍ୟୟ ବୃଦ୍ଧି ହେଉଛି । ଏଥିମଧ୍ୟରେ ଦୁର୍ବଳ ହୋଇଛି ଉପଭୋକ୍ତାଙ୍କ ବିଶ୍ବାସ । ଅଧିକ ପଢନ୍ତୁ...

କୋଭିଡ ସଙ୍କଟ,  ଟଳମଳ ଉପଭୋକ୍ତା ବିଶ୍ବାସ
କୋଭିଡ ସଙ୍କଟ, ଟଳମଳ ଉପଭୋକ୍ତା ବିଶ୍ବାସ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦୁର୍ବଳ ହୋଇଛି ଉପଭୋକ୍ତାଙ୍କ ବିଶ୍ବାସ । ସହରୀ ଭାରତୀୟଙ୍କ ମଧ୍ୟରେ ଉପଭୋକ୍ତାଙ୍କ ବିଶ୍ବାସ 2021 ଏପ୍ରିଲରେ 1.1 ପ୍ରତିଶତ ପଏଣ୍ଟ ହ୍ରାସ ହୋଇଛି ।

ରିଫାଇନିଟିଭ୍-ଇପ୍ସୋସ୍ ପ୍ରାଥମିକ ଉପଭୋକ୍ତା ଧାରଣା ସୂଚକାଙ୍କ (PCSI) ସର୍ଭେ ଅନୁଯାୟୀ, ଦେଶରେ କୋଭିଡ -19 ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ ବିଶ୍ବାସ କମିଛି । ସର୍ଭେ ମୁତାବକ ରୋଜଗାର, ବ୍ୟକ୍ତିଗତ ଅର୍ଥ, ଅର୍ଥବ୍ୟବସ୍ଥା ଓ ନିବେଶ ଭଳି 4ଟି ଦିଗ କ୍ଷେତ୍ରରେ ଉପଭୋକ୍ତାଙ୍କ ବିଶ୍ବାସ ଦୁର୍ବଳ ହୋଇଛି ।

2021 ମାର୍ଚ୍ଚ ମାସ 21ରୁ 2021 ଏପ୍ରିଲ ମଧ୍ୟରେ ଏହି ଅନଲାଇନ ସର୍ଭେ କରାଯାଇଛି । ମାସିକ ସର୍ଭେ ଅନୁସାରେ ପିସିଏସଆଇ କର୍ମଚାରୀ ବିଶ୍ବାସ (ରୋଜଗାର) ଉପ ସୂଚକାଙ୍କ 0.6 ପ୍ରତିଶତ ତଳକୁ ଆସିଛି । ବର୍ତ୍ତମାନ ବ୍ୟକ୍ତିଗତ ଆର୍ଥିକ ସ୍ଥିତି ଉପସୂଚକାଙ୍କ 1.5 ପ୍ରତିଶତ ଓ ନିବେଶ ବାତାବରଣ (ନିବେଶ) ଉପ-ସୂଚକାଙ୍କ 0.9 ପ୍ରତିଶତ ପଏଣ୍ଟ ହ୍ରାସ ହୋଇଛି । ଆର୍ଥିକ ସମ୍ଭାବନା ଉପ ସୂଚକାଙ୍କ 0.8 ପ୍ରତିଶତ ପଏଣ୍ଟ ତଳକୁ ଆସିଛି ।

ABOUT THE AUTHOR

...view details