ମୁମ୍ବାଇ: କୋରୋନା ଭାଇରସ ମହାମାରୀ ଯୋଗୁଁ ଉପଭୋକ୍ତାଙ୍କ ବିଶ୍ବାସ ଭାଙ୍ଗିଛି । ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷ 2020-21ରେ ଅର୍ଥବ୍ୟବସ୍ଥାରେ 1.5 ପ୍ରତିଶତ ହ୍ରାସ ଦେଖିବାକୁ ମିଳିପାରେ । ଆରବିଆଇ ଦ୍ବାରା ଜାରି ଏକ ସର୍ଭେ ରିପୋର୍ଟରେ ଏ ନେଇ ଅନୁମାନ ଲଗାଯାଇଛି ।
ରିଜର୍ଭ ବ୍ୟାଙ୍କର ଉପଭୋକ୍ତା ବିଶ୍ବାସ ସର୍ଭେରେ କୁହାଯାଇଛି କି, ‘‘2020 ମେ ମାସରେ ଉପଭୋକ୍ତାଙ୍କ ବିଶ୍ବାସ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ସାମ୍ପ୍ରତିକ ସ୍ଥିତି ସୂଚକାଙ୍କ (Current Situation Index CSI) ଐତିହାସିକ ନିମ୍ନ ସ୍ତରକୁ ଆସିଯାଇଛି । ଏଥିସହ ଆଗାମୀ 1 ବର୍ଷର ଫ୍ୟୁଚର Future Expectations Index (FEI) ମଧ୍ୟ ତୀବ୍ର ହ୍ରାସ ରେକର୍ଡ କରୁଛି ।