ଓଡିଶା

odisha

ETV Bharat / business

କୋରୋନା ପ୍ରଭାବ: ଗୁରୁତର ରିଅଲ ଇଷ୍ଟେଟ ଶିଳ୍ପ - କୋରୋନା କଟକଣା

କୋରୋନା ଭାଇରସ ମହାମାରୀ ଯୋଗୁଁ ଆବାସିକ ସମ୍ପତ୍ତି ବିକ୍ରୟ ତଥା ପୂର୍ବରୁ ଚାଲିଥିବା ପ୍ରକଳ୍ପ କାମ ସରିବାରେ ବିଳମ୍ବ ହେବ ।

Construction activities will be affected by Corona
କୋରୋନା ପ୍ରଭାବ: ଗୁରୁତର ରିଅଲଇଷ୍ଟେଟ ଶିଳ୍ପ

By

Published : Mar 25, 2020, 9:31 AM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଆଶଙ୍କାରେ ଲକଡାଉନ ଦେଶ । ନା ଅଧପନ୍ତରିଆ କାମ ହେଉଛି ନା ଘର ବିକ୍ରି ହେଉଛି । ସବୁ ଏବେ ଠପ । ଏଥିଯୋଗୁଁ ପ୍ରଭାବିତ ରିଅଲଇଷ୍ଟେଟ ଶିଳ୍ପ ।ମଙ୍ଗଳବାର ରେସିଡେନ୍ସିଆଲ ଦଲାଲ୍ ସଂସ୍ଥା ଅନାରକ କହିଛନ୍ତି ଯେ, କରୋନା ଭାଇରସ ମହାମାରୀ ଯୋଗୁଁ ଆବାସିକ ସମ୍ପତ୍ତି ବିକ୍ରୟ ତଥା ପୂର୍ବରୁ ଚାଲିଥିବା ପ୍ରକଳ୍ପ କାମ ସରିବାରେ ବିଳମ୍ବ ହେବ ।

ଦେଶର 7ଟି ପ୍ରମୁଖ ସହରରେ 15.62 ଲକ୍ଷରୁ ଅଧିକ ୟୁନିଟ୍ (2013 ରୁ 2019 ମଧ୍ୟରେ କମିଶନ) ନିର୍ମାଣ ଚାଲିଛି ବୋଲି କନସଲଟାନ୍ସି ଫାର୍ମ କହିଛି । ଏହି ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଏନସିଆର, ମୁମ୍ବାଇ ମହାନଗର ନିଗମ (MMR), କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁଣେ ରହିଛି | ସେଥିରୁ କେବଳ ମୁମ୍ବାଇ ମହାନଗର ଏବଂ ଦିଲ୍ଲୀ-ଏନସିଆରରେ 57 ପ୍ରତିଶତ କିମ୍ବା ପ୍ରାୟ 8.90 ଲକ୍ଷ ୟୁନିଟ ରହିଛି।

ଦେଶର ଏହି ପ୍ରମୁଖ ସହରଗୁଡିକରେ ତାଲା ବନ୍ଦ ଘୋଷଣା ହେତୁ ଘର କ୍ରେତାମାନେ ପ୍ରକଳ୍ପରେ ବିଳମ୍ବ ନେଇ ନିଜକୁ ପ୍ରସ୍ତୁତ କରିବା ଉଚିତ । ଏହି ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଅନୁସନ୍ଧାନ ମୁଖ୍ୟ ପ୍ରଶାନ୍ତ ଠାକୁର କହିଛନ୍ତି ଯେ, ବନ୍ଦ ହେତୁ ଅନେକ ପ୍ରମୁଖ ପ୍ରକଳ୍ପ ସାଇଟରେ ପ୍ରାୟ କାମ ହେବ ନାହିଁ । ଏହା ଠିକାଦାରଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ ସହ ଘର କ୍ରେତାଙ୍କ ସଂଖ୍ୟା ଖସିବ ।

ABOUT THE AUTHOR

...view details