ନୂଆଦିଲ୍ଲୀ: ଘୋଷଣା ହୋଇଯାଇଛି କଂଗ୍ରେସ ନିର୍ବାଚନୀ ଇସ୍ତାହାର । 55 ପୃଷ୍ଠାର ଏହି ଇସ୍ତାହାରରଶିରୋନାମା ରହିଛି ‘ହମ୍ ନିଭାଏଗେଁ’ । ତେବେ ଏହି ଇସ୍ତାହାରରେ ଦେଶବିକାଶର ସୁନେଲି ସ୍ବପ୍ନ ଦେଖାଇଛି କଂଗ୍ରେସ ।ଘୋଷଣା କରିଛି ପ୍ରତିଶ୍ରୁତିରଲମ୍ବା ତାଲିକା । ସାମାଜିକ ଓ ରାଜନୈତିକ କ୍ଷେତ୍ରକୁଦୃଷ୍ଟିରେ ରଖି ପ୍ରତିଶ୍ରୁତିର ପାହାଡ ଠିଆ କରିଛି ଦଳ । ଏପରିକି କ୍ଷମତାକୁ ଆସିଲେ ଦେଶର ଆର୍ଥିକ ମେରୁଦଣ୍ଡ ସଳଖିବାକୁ ଦୃଢୋକ୍ତି କରିଛି ଦଳ ।
କଂଗ୍ରେସ ଇସ୍ତାହାର: ଗରିବଙ୍କ ଆକାଉଣ୍ଟକୁ ଟଙ୍କା, ଗୋଟିଏ ଜିଏସଟି - candidate
ଘୋଷଣା ହେଲା କଂଗ୍ରେସ ନିର୍ବାଚନୀ ଇସ୍ତାହାର। ଯୁବକଙ୍କୁ ଚାକିରୀ ଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ସୁଯୋଗ, ଜିଡିପି ଅଭିବୃଦ୍ଧି, ଜିଏସଟିର ସରଳୀକରଣ, କୃଷକଙ୍କୁ ଋଣ ଛାଡ ଆଦି ବିଭିନ୍ନ ଆର୍ଥିକ ଦିଗକୁ ନଜରରେ ରଖି ଦେଇଛି ପୁଳାପୁଳା ପ୍ରତିଶ୍ରୁତି ।
congress
ଯୁବକଙ୍କୁ ଚାକିରୀଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ସୁଯୋଗ, ଜିଡିପି ଅଭିବୃଦ୍ଧି, ଜିଏସଟିସରଳୀକରଣ, କୃଷକଙ୍କୁ ଋଣଛାଡ ଆଦି ବିଭିନ୍ନ ଆର୍ଥିକ ଦିଗକୁ ନଜରରେ ରଖି କଂଗ୍ରେସ ଇସ୍ତାହାର ପ୍ରସ୍ତୁତ କରିଛି ।
ନଜର ପକାନ୍ତୁ ଇସ୍ତାହାରରେ କଣ ରହିଛି
- ମନରେଗା ଯୋଜନା ଜରିଆରେ 100 ନୁହେଁ 150 ଦିନ ପାଇଁ ରୋଜଗାରଗ୍ୟାରେଣ୍ଟି
- ଜିଏସଟି (ଦ୍ରବ୍ୟ ଓ ସେବା କର)ର 2.0 ଆଇନ ଲାଗୁ ହେବ । ଏହା ଅନୁଯାୟୀ ପ୍ରତ୍ୟେକ ଦ୍ରବ୍ୟ ଓ ସେବା ଉପରେ ଗୋଟିଏ ଟିକସ ଲାଗିବ ।
- ବିମୁଦ୍ରିକରଣ ଓ ଜିଏସଟି ଜରିଆରେ ଆର୍ଥିକ ସ୍ଥିରତାର ପ୍ରତିଶ୍ରୁତି
- ପବ୍ଲିକ ସେକ୍ଟରରେ 34 ଲକ୍ଷଚାକିରୀସୁଯୋଗ ପାଇଁ ପ୍ରତିଶ୍ରୁତି
- ବହୁ ରାଜ୍ୟରେ କୃଷକଙ୍କ ଋଣଛାଡ
- କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ ସ୍ବତନ୍ତ୍ର ‘କିଶାନ ବଜେଟ’
- ନ୍ୟାୟ ଯୋଜନା ଅନୁଯାୟୀ 5 କୋଟି ପରିବାରକୁ ବର୍ଷକୁ 72 ହଜାର । ଏଥିସହ 2030 ସୁଦ୍ଧା ଗରିବ ମୁକ୍ତ ଭାରତ ଲକ୍ଷ୍ୟ ।
- ସରକାରୀ ବ୍ୟାଙ୍କ ଗୁଡିକର ମିଶ୍ରଣ କରି ବୃହତ୍ତ ବ୍ୟାଙ୍କ ଗଢା ଯିବ।