ଓଡିଶା

odisha

By

Published : Aug 22, 2020, 11:00 PM IST

ETV Bharat / business

ଚାକିରୀ ଆଶାୟୀଙ୍କ ପାଇଁ ଖୁସିଖବର, 12ଟି ଭାଷାରେ ହେବ CET !

ଭାରତୀୟ ସମ୍ବିଧାନର 8ମ ସେଡ୍ୟୁଲରେ 22 ଭାଷା ରହିଛି । ସୂଚନା ଅନୁସାରେ CET ପରୀକ୍ଷାରେ ଆରମ୍ଭରେ 12ଟି ଭାଷାରେ ଆରମ୍ଭ ହେବ । ଅଧିକ ପଢନ୍ତୁ..

ଚାକିରୀ ଆଶାୟୀଙ୍କ ପାଇଁ ଖୁସିଖବର , 12 ଟି ଭାଷାରେ ହୋଇପାରେ CET
ଚାକିରୀ ଆଶାୟୀଙ୍କ ପାଇଁ ଖୁସିଖବର , 12 ଟି ଭାଷାରେ ହୋଇପାରେ CET

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ବଡ ସୁଯୋଗ । ବିଶେଷ କରି ଯୁବପୀଢିଙ୍କ ପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏକକ ଯୋଗ୍ୟତା ପରୀକ୍ଷା (CET) କେବଳ ହିନ୍ଦୀ ଏବଂ ଇଂରେଜୀ ଭାଷାରେ ନୁହେଁ ବରଂ 10ଟି ଅନ୍ୟ ଭାରତୀୟ ଭାଷାରେ କରିବାରୁ ଯୋଜନା କରୁଛି କେନ୍ଦ୍ର । ଯାହା ଫଳରେ ବ୍ୟାଙ୍କିଙ୍ଗ, ଏସଏସସି, ରେଲୱେ ଭଳି ସରକାରୀ ଚାକିରୀ ସନ୍ଧାନରେ ଥିବା ଯୁବପୀଢିଙ୍କୁ ସମାନ ସୁଯୋଗ ମିଳିପାରିବ ।

ଧିରେ ଧିରେ CET ର ପରିସରକୁ ଅଷ୍ଟମ ସେଡ୍ୟୁଲର ଅନ୍ୟ ଭାଷା ବିସ୍ତାର କରିବାକୁ ଏକ ଯୋଜନା ଅଛି ବୋଲି କାର୍ମିକ ମନ୍ତ୍ରଣାଳୟ କହିଛି।

ଭାରତୀୟ ସମ୍ବିଧାନର 8ମ ଅନୁଚ୍ଛେଦରେ 22 ଭାଷା ରହିଛି । ସୂଚନା ଅନୁସାରେ ସିଇଟି ପରୀକ୍ଷାରେ ଆରମ୍ଭରେ 12 ଟି ଭାଷାରେ ଆରମ୍ଭ ହେବ । ପରେ ପୁଣି ଏହାର ପରୀକ୍ଷା ପ୍ରକ୍ରିୟାର ପାର୍ଟ ଅନୁସାରେ ଅନ୍ୟ ଭାଷାଗୁଡିକୁ ସାମିଲ କରାଯିବ ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଚାକିରୀ ଚୟନ ପାଇଁ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଦ୍ବାରା ଆୟୋଜନ କରାଯାଉଥିବା ଏକକ ଯୋଗ୍ୟତା ପରୀକ୍ଷା (ସିଇଟି)ର ଲାଭ ଉଠାଇପାରିବେ । ଯାହା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦନ ମିଳିଛି ।

ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏନଆରଏକୁ ସରକାରୀ ସ୍ତରର ପଦବୀ ପାଇଁ ଏକକ ଯୋଗ୍ୟତା ପରୀକ୍ଷା(ସିଇଟି) କରିବାକୁ କ୍ଷମତା ଦେଇଛି । ଏହାଦ୍ୱାରା ଦେଶର ଚାକିରୀ ଆଶାୟୀ ଉପକୃତ ହେବେ। ଏଥି ସହ ବିଭିନ୍ନ କ୍ଷେତ୍ର ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନରେ ସୁବିଧା ହେବ ।

ABOUT THE AUTHOR

...view details