ଓଡିଶା

odisha

ETV Bharat / business

ଏୟାରଟେଲକୁ ଝଟକା: ବ୍ଲାକ ଲିଷ୍ଟରେ କମ୍ପାନୀ - ଏୟାରଟେଲ

ଆମଦାନୀ-ରପ୍ତାନୀ ସର୍ତ୍ତ ପାଳନ କରିନଥିବାରୁ ଏୟାରଟେଲକୁ ବ୍ଲାକ ଲିଷ୍ଟ କରିଛି ବାଣିଜ୍ୟ ମନ୍ତ୍ରାଣଳୟ ।

Commerce ministry puts Bharti Airtel in denied entry list for non-fulfilment of export obligation
ଏୟାରଟେଲକୁ ଝଟକା: ବ୍ଲାକ ଲିଷ୍ଟରେ କମ୍ପାନୀ

By

Published : Jan 29, 2020, 7:10 PM IST

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭାରତୀ ଏୟାରଟେଲକୁ ଆଉ ଏକ ଝଟକା । ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବକେୟାର ଚିନ୍ତା ନ ସରୁଣୁ ଆମଦାନୀ ଲାଇସେନ୍ସରେ ଲାଗିଲା ପ୍ରତିବନ୍ଧକ । ବାଣିଜ୍ୟ ମନ୍ତ୍ରାଣଳୟର ଏଭଳି କଡା କାର୍ଯ୍ୟନୁଷ୍ଠାନ ଯୋଗୁଁ ଆହୁରି ଘାଟାରେ ପଡିପାରେ କମ୍ପାନୀ ।

ରପ୍ତାନୀ ସମ୍ବନ୍ଧୀୟ ସର୍ତ୍ତ ପୂରଣ କରି ନଥିବାରୁ ଏୟାରଟେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବାଣିଜ୍ୟ ମନ୍ତ୍ରାଣଳୟ ଅଧିନରେ ଆସୁଥିବା ବିଦେଶ ବ୍ୟାପର ମହାନିର୍ଦ୍ଦେଶାଳୟ , ଏୟାରଟେଲକୁ ‘ଡିନାଇଡ ଏଣ୍ଟ୍ରି ଲିଷ୍ଟ’ରେ ପକେଇ ଦେଇଛି । ଏକ୍ସପୋର୍ଟ ପ୍ରମୋସନ କ୍ୟାପିଟାଲ ଗୁଡସ ସ୍କିମ(EPCG) ଅଧିନରେ ଭାରତୀ ଏୟାରଟେଲ ତାର ରପ୍ତାନୀ ବାଧାକୁ ପୂରା କରିନାହିଁ ।

ଯେଉଁ ସବୁ କମ୍ପାନୀକୁ ଡିନାଇଡ ଏଣ୍ଟ୍ରି ଲିଷ୍ଟରେ ରଖାଯାଏ, ସେମାନଙ୍କ ଲାଇସେନ୍ସ ଶେଷ ହୋଇଯାଇଥାଏ । ଫଳରେ କମ୍ପାନୀ ଏବେ ବିଦେଶୀ ବ୍ୟାପାର ମହାନିର୍ଦ୍ଦେଶାଳୟ ଅଧିନରେ କୌଣସି ପ୍ରକାର ଆମଦାନୀ ସୁଯୋଗ ବା ଲାଇସେନ୍ସ ହାସିଲ କରିପାରିବ ନାହିଁ ।


ତେବେ ଏନେଇ ଏୟାରଟେଲକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସଫେଇ ମାଗିଛି । ହେଲେ ଏବେ ସୁଦ୍ଧା କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ କୌଣସି ଯବାବ ଦିଆଯାଇନାହିଁ ।

ABOUT THE AUTHOR

...view details