ଓଡିଶା

odisha

ETV Bharat / business

କେନ୍ଦ୍ର-ରାଜ୍ୟର ମିଳିତ ଆର୍ଥିକ ନିଅଣ୍ଟ ରହିବ 14 ପ୍ରତିଶତ: ରଙ୍ଗରାଜନ

‘ବ୍ୟାଙ୍କ ଗୁଡିକ ଋଣ ଦେବା ସମୟରେ ସତର୍କ ରହିବାକୁ ହେବ । ଯେଭଳି ଆଜିର ଆସନ୍ତାକାଲିର ଏନପିଏ (ଅନାଦେୟ ଋଣ ) ନ ହେବ ସେଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ।’ ଅଧିକ ପଢନ୍ତୁ..

କେନ୍ଦ୍ର-ରାଜ୍ୟର ମିଳିତ ଆର୍ଥିକ  ନିଅଣ୍ଟ 14 ପ୍ରତିଶତ ରହିବ : ରଙ୍ଗରାଜନ
କେନ୍ଦ୍ର-ରାଜ୍ୟର ମିଳିତ ଆର୍ଥିକ ନିଅଣ୍ଟ 14 ପ୍ରତିଶତ ରହିବ : ରଙ୍ଗରାଜନ

By

Published : Oct 9, 2020, 8:34 PM IST

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟଗୁଡିକର ମିଶିତ ଆର୍ଥିକ ନିଅଣ୍ଟ ଚଳିତ ଆର୍ଥିକ ବର୍ଷ 14 ପ୍ରତିଶତ ହୋଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣ ସି ରଙ୍ଗରାଜନ ଏନେଇ ଅନୁମାନ କରି କହିଛନ୍ତି ।

ICFAI ବିଜନେସ ସ୍କୁଲ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ରଙ୍ଗରାଜନ କହିଛନ୍ତି କି ବ୍ୟାଙ୍କ ଗୁଡିକ ଋଣ ଦେବା ସମୟରେ ସତର୍କ ରହିବାକୁ ହେବ । ଯେଭଳି ଆଜିର ଆସନ୍ତାକାଲିର ଏନପିଏ (ଅନାଦେୟ ଋଣ ) ନ ହେବ ସେଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ।

ଏହି ନିଅଣ୍ଟର ନିର୍ଦ୍ଧାରିତ ସ୍ତର ଜିଡିପିର 6 ପ୍ରତିଶତ ରହିଛି । ହେଲେ ବର୍ତ୍ତମାନ ସଙ୍କଟକୁ ଦୃଷ୍ଟିରେ ରଖି ଆର୍ଥିକ ନିଅଣ୍ଟ ଅନୁମାନ 13.8 କିମ୍ବା 14 ପ୍ରତିଶତ ରହିପାରେ । ଯାହାକି ବାଧ୍ୟତାମୂଳକ ବା ନିର୍ଦ୍ଧାରିତ ସ୍ତରର 2 ଗୁଣା ।

ତେବେ ଯଦି ସରକାର ଜିଏସଟି କ୍ଷତିପୂରଣ ଦେବା ପାଇଁ ଆହୁରୀ ଅଧିକ ଋଣ କରନ୍ତି , ତା ହାଲେ ଆର୍ଥିକ ନିଅଣ୍ଟ ପରିମାଣ ଆହୁରୀ ବଢିପାରେ ବୋଲି ରଙ୍ଗରାଜନ କହିଛନ୍ତି ।

ABOUT THE AUTHOR

...view details