ନୂଆଦିଲ୍ଲୀ: ବିଦ୍ୟୁତ କ୍ଷେତ୍ରର ସମସ୍ତ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ସାର୍ବଜନୀକ କ୍ଷେତ୍ରର କମ୍ପାନୀ କୋଲ ଇଣ୍ଡିଆ ଲିମିଟେଡ(ସିଆଇଏଲ) । ଏ ନେଇ କମ୍ପାନୀ ନିଜେ ସୂଚନା ଦେଇ ଆଶ୍ବସ୍ତ କରିଛି ।
ବିଦ୍ୟୁତ ଚାହିଦା ପୂରଣ ପାଇଁ ତୟାର କୋଲ ଇଣ୍ଡିଆ - କୋଲ ଇଣ୍ଡିଆ
ବଢୁଛି ବିଦ୍ୟୁତ ଚାହିଦା । ଆଉ ଏହା ସାଙ୍ଗକୁ ଯୋଗାଣ ପାଇଁ ପ୍ରସ୍ତୁତ ବୋଲି କହିଛି କୋଲ ଇଣ୍ଡିଆ । ଅଧିକ ପଢନ୍ତୁ..
ତେବେ କୋଲ ଇଣ୍ଡିଆର ଏହି ବୟାନ ଏଭଳି ସମୟରେ ଆସିଛି, ଯେବେ ଶୁକ୍ରବାର ବିଦ୍ୟୁତ ଚାହିଦା 187.3 ଗିଗାୱାଟ ସହ ଏହାର ସର୍ବକାଳନୀ ସ୍ତରରେ ପହଞ୍ଚିଛି । କମ୍ପାନୀ ଆହୁରୀ ମଧ୍ୟ କହିଛି କି, ‘‘ କୋଲ ଇଣ୍ଡିଆ ବିଦ୍ୟୁତ କ୍ଷେତ୍ରର ବଢୁଥିବା ଚାହିଦାକୁ ପୂରଣ ପାଇଁ ତୟାର ରହିଛି । ଏଥିଯୋଗୁଁ କମ୍ପାନୀ ନିଜ ଉତ୍ପାଦନ ବୃଦ୍ଧି ତଥା କୋଇଲା ଆଧାରିତ ବିଦ୍ୟୁତ ପ୍ଲାଣ୍ଟର ଯୋଗା ବଢାଇବାକୁ ମଧ୍ୟ ପ୍ରୟାସ କରୁଛି । ଦେଶରେ ମୋଟ କୋଇଲା ଆଧାରିତ ବିଦ୍ୟୁତ ଉତ୍ପାଦନରେ କୋଲ ଇଣ୍ଡିଆର ଯୋଗାଣର ଭାଗୀଦାରୀ ପ୍ରାୟ 67 ପ୍ରତିଶତ ଅଛି ।
ଚଳିତ ଆର୍ଥିକ ବର୍ଷରେ ପ୍ରତିଦିନର 199 ଗୀଗାୱାଟ କୋଇଲା ଆଧାରିତ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟକ୍ରମ ମଧ୍ୟରୁ 133 ଗୀଗାୱାଟର ଉତ୍ପାଦନ କୋଲ ଇଣ୍ଡିଆର କୋଇଲାରୁ ହେଉଛି ।