ଓଡିଶା

odisha

ETV Bharat / business

ସବୁ ରେକର୍ଡ ଭାଙ୍ଗି 52 ହଜାର ଉପରେ Sensex, ଚମକିଲା IT ଓ ମେଟାଲ ଷ୍ଟକ - ଆଇଟି ସେୟାର

କାରବାର ସପ୍ତାହର ଶେଷ ଦିନରେ ନୂଆ ମାଇଲଖୁଣ୍ଟ ସୃଷ୍ଟି କଲା ଘରୋଇ ଇକ୍ୟୁଟି ବଜାର । ଆଇଟି, ମେଟାଲ ସେୟାର ଚମକିବା ଦ୍ବାରା 52 ହଜାର 600 ଟପିଛି ସେନସେକ୍ସ । ଅଧିକ ପଢନ୍ତୁ..

Closing Bell: Sensex, Nifty end at record closing high as IT, metal stocks shine
ସବୁ ରେକର୍ଡ ଭାଙ୍ଗି 52 ହଜାର ଉପରେ Sensex, ଚମକିଲା IT ଓ ମେଟାଲ ଷ୍ଟକ

By

Published : Jun 11, 2021, 8:02 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ମଜବୁତ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ରେକର୍ଡ ବୃଦ୍ଧି । ଆଇଟି , ଫାର୍ମା ଓ ଏନର୍ଜି କମ୍ପାନୀର ସେୟାରରେ ସେଲଅଫ ଯୋଗୁଁ ଶୁକ୍ରବାର ସେନସେକ୍ସ ଓ ନିଫ୍ଟି ସର୍ବକାଳୀନ ସ୍ତରରେ ପହଞ୍ଚିଛି ।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 174.29 ପଏଣ୍ଟ ବୃଦ୍ଧି ସହ 52,474.76 ପଏଣ୍ଟରେ ପହଞ୍ଚିଛି । ଯାହାକି ଏବେ ସୁଦ୍ଧାର ସର୍ବୋଚ୍ଚ ସ୍ତର । ଆଜିର କାରବାର ସମୟରେ ସେନସେକ୍ସ ରେକର୍ଡ 52,641.53 ପଏଣ୍ଟ ଛୁଇଁଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 61.60 ପଏଣ୍ଟ ବୃଦ୍ଧି ହୋଇ 15,799.35 ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସ କମ୍ପାନୀରେ ଡ. ରେଡ୍ଡୀଜର ସେୟାର ସବୁଠୁ ଅଧିକ 3.03 ପ୍ରତିଶତ ବଢିଛି । ପାୱରଗ୍ରୀଡ , ଟିସିଏସ, ଇମ୍ଫୋସିସ , ଏଚସିଏଲ ଟେକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଟେକ ମହିନ୍ଦ୍ରା ସେୟାର ବି ଲାଭରେ ରହିଛି । ଅନ୍ୟପଟେ ଏଲଆଣ୍ଡଟି, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫିନସର୍ଭ, ଭାରତୀ ଏୟାରଟେଲ , ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ଆଇଟିସିର ସେୟାର 1.07 ପ୍ରତିଶତ ହ୍ରାସ ହୋଇଛି ।

ସାପ୍ତାହିକ ଆଧାରରେ ସେନସେକ୍ସ 374.71 ପଏଣ୍ଟ ବୃଦ୍ଧି ହୋଇଛି । ସେହିଭଳି ନିଫ୍ଟି 129.10 ପଏଣ୍ଟ ଲାଭରେ ରହିଛି । ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ଅଶୋଧିତ ତୈଳ ବ୍ୟାରେଲ ପ୍ରତି 0.22 ପ୍ରତିଶତ ବଢି 72.68 ଡଲାର ରହିଛି ।

ସେହିଭଳି ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା 1 ପଇସା ହ୍ରାସ ହୋଇ ଡଲାର ପ୍ରତି 73.07 ରେ ବନ୍ଦ ହୋଇଛି ।

ABOUT THE AUTHOR

...view details