ଓଡିଶା

odisha

ETV Bharat / business

ବଜାରରେ ହ୍ରାସ ଜାରି, 28 ହଜାର ତଳେ ବନ୍ଦ ସେନସେକ୍ସ - ବଜାର ବନ୍ଦ

କୋରୋନା ଭାଇରସ ମହାମାରୀ ଭୟରେ ଆର୍ଥିକ କ୍ଷେତ୍ର ପ୍ରଭାବିତ ହେଉଛି । ଏଭଳି ଅନିଶ୍ଚତିତା ମଧ୍ୟରେ ନିବେଶକଙ୍କ ଧାରଣା ଦୁର୍ବଳ ହେଉଥିବା ବେଳେ ସେୟାର ସୂଚକାଙ୍କ ସର୍ବନିମ୍ନ ରେକର୍ଡ କରୁଛି ।

Sensex drops 600 points, Nifty below 8,100 mark
ବଜାରରେ ହ୍ରାସ ଜାରି, 28 ହଜାର ତଳେ ବନ୍ଦ ସେନସେକ୍ସ

By

Published : Apr 3, 2020, 5:12 PM IST

ନୂଆଦିଲ୍ଲୀ. ଗୋଟିଏ ଦିନର ବ୍ରେକ ପରେ ପୁଣି ବଜାରରେ ଜାରି ରହିଛି କ୍ଷତି । ଶୁକ୍ରବାର ଆରମ୍ଭରୁ ସେନସେକ୍ସ ତଳମୁହାଁ ରହି 600 ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । କାରବାର ସମୟରେ ଅଟୋ ଏବଂ ବ୍ୟାଙ୍କିଙ୍ଗ ସେୟାରରେ ଅଧିକ ମାନ୍ଦା ଦେଖିବାକୁ ମିଳିଛି ।

କୋରୋନା ଭାଇରସ ମହାମାରୀ ଭୟରେ ଆର୍ଥିକ କ୍ଷେତ୍ର ପ୍ରଭାବିତ ହେଉଛି । ଏଭଳି ଅନିଶ୍ଚତିତା ମଧ୍ୟରେ ନିବେଶକଙ୍କ ଧାରଣା ଦୁର୍ବଳ ହେଉଥିବା ବେଳେ ସେୟାର ସୂଚକାଙ୍କ ସର୍ବନିମ୍ନ ରେକର୍ଡ କରୁଛି ।

ବିଏସଇର 30 ସେୟାର ଆଧାରିତ ସେନସେକ୍ସ 674.36 ପଏଣ୍ଟ ହ୍ରାସ ପାଇଁ 27,590.95 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 170 ପଏଣ୍ଟ କମି 8,083.80ପଏଣ୍ଟରେ କାରବାର ବନ୍ଦ କରିଛି ।

ପ୍ରକାଶ ଯେ, ଏହି ସମୟରେ ସଂସ୍ଥାଗତ ନିବେଶକ(ଏଫଆଇଆଇ) ପୁଞ୍ଜି ବଜାରରେ ଶୁଦ୍ଧ ବିକ୍ରେତା ରହିଥିଲେ । ସେୟାର ବଜାରର ଗଣନା ମୁତାବକ ସେମାନେ ମୋଟ ଆଧାରରେ 1,116.79 କୋଟିର ଇକ୍ୟୁଟି ସେୟାର ବିକ୍ରି କରିଛନ୍ତି । ଗୁରୁବାର ରାମ ନବମୀ ଅବସରରେ ବଜାର ବନ୍ଦ ରହିଥିଲ ।

ABOUT THE AUTHOR

...view details