ଓଡିଶା

odisha

By

Published : Aug 9, 2019, 3:02 PM IST

ETV Bharat / business

କାଶ୍ମୀରରେ ନିବେଶ: ଅର୍ଥମନ୍ତ୍ରୀ କଲେ ବୈଠକ, CII ଦେଲା ସମର୍ଥନ

କାଶ୍ମୀରରେ ନିବେଶ ଗତିବିଧିକୁ ସହଯୋଗ ଓ ପ୍ରୋତ୍ସାହିତ କରିବାକୁ ଭାରତୀୟ ଉଦ୍ୟୋଗ ପରିସଙ୍ଘ (CII) ପକ୍ଷରୁ ସମର୍ଥନ ମିଳିଛି । ଏ ନେଇ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବୈଠକ ପରେ ସିଆଇଆଇ ସମିତି ଅଧ୍ୟକ୍ଷ ତଥା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଅଧିକାରୀ ଉଦୟ କୋଟାକ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ-ଏଏନଆଇ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ନିବେଶ ବୃଦ୍ଧି ନେଇ ରଣନୀତି ଆରମ୍ଭ କଲାଣି ଅର୍ଥ ମନ୍ତ୍ରଣାଳୟ । ବୈଠକ, ଆଲୋଚନା ମାଧ୍ୟମରେ ଚାଲିଛି ବିଚାରବିମର୍ଷ । ଏପଟେ କାଶ୍ମୀରରେ ନିବେଶ ଗତିବିଧିକୁ ସହଯୋଗ ଓ ପ୍ରୋତ୍ସାହିତ କରିବାକୁ ଭାରତୀୟ ଉଦ୍ୟୋଗ ପରିସଙ୍ଘ (CII) ପକ୍ଷରୁ ସମର୍ଥନ ମିଳିଛି । ଏ ନେଇ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବୈଠକ ପରେ ସିଆଇଆଇ ସମିତି ଅଧ୍ୟକ୍ଷ ତଥା କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଅଧିକାରୀ ଉଦୟ କୋଟାକ ସୂଚନା ଦେଇଛନ୍ତି ।


ଜାମ୍ମୁକାଶ୍ମୀରରୁ 370 ଉଚ୍ଛେଦ ଉପରେ ଏଠାରେ ବ୍ୟବସାୟିକ ବାତାବରଣ ସୃଷ୍ଟି ପାଇଁ ପ୍ରୟାସ ଚାଲିଛି । ଏହି କ୍ରମରେ ଶୁକ୍ରବାର ଏନେଇ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ସିଆଇଆଇ ସଦସ୍ୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଏନେଇ ଚର୍ଚ୍ଚା ହୋଇଥିଲା । ଏହା ପରେ ଉଦୟ କୋଟାକ ସମ୍ବାଦଦାତାଙ୍କୁ ସୂଚନା ଦେଇ କହିଥିଲେ ଯେ, ‘ଆମେ ଜାମ୍ମୁକାଶ୍ମୀରର ବିଭିନ୍ନ କ୍ଷେତ୍ରରେ ନିବେଶ ଚାହୁଁଛୁ । ଏଥିପାଇଁ ସରକାର ଓ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଛୁ ତି ସିସିଆଇ ଜାମ୍ମୁକାଶ୍ମୀରରେ ନିବେଶ ସୁଯୋଗକୁ ସମର୍ଥନ କରିବ। ’

ଏହି ବୈଠକରେ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ସମସ୍ତ ସଦସ୍ୟ ନିଜ ମତାମତ ଅର୍ଥମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏସମସ୍ତ ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ନିର୍ମଳା କହିଥିବା ନେଇ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଅଧିକାରୀ ଜଣାଇଛନ୍ତି । ସେହିପରି ବିଦେଶୀ ପୋର୍ଟଫୋଲିୟୋ ନିବେଶକ(ଏଫପିଆଇ) ସହ ଆଗାମୀ ଶୁକ୍ରବାରରେ ବୈଠକ ବସିବ ବୋଲି ସେ କହିଛନ୍ତି।

ABOUT THE AUTHOR

...view details