ଓଡିଶା

odisha

ଏବର୍ଷ ରାକ୍ଷୀ ସିଜନରେ 4 ହଜାର କୋଟି ଟଙ୍କା କ୍ଷତି ସହିବ ଚୀନ: CAIT

By

Published : Jul 22, 2020, 8:26 PM IST

ରାକ୍ଷୀବନ୍ଧନ ପାର୍ବଣ ସମୟରେ ପାଖାପାଖୀ 6,000 କୋଟି ଟଙ୍କାର ରାକ୍ଷୀ ଉତ୍ପାଦ ବିକ୍ରି କରାଯାଇଥାଏ । ଯେଉଁଥିରେ କେବଳ ଚୀନର ଯୋଗଦାନ 4,000 କୋଟି ଟଙ୍କା ରହିଥାଏ । ଅଧିକ ପଢନ୍ତୁ..

China will lose Rs 4 thousand crore in this rakhi season: CAIT
China will lose Rs 4 thousand crore in this rakhi season: CAIT

ନୂଆଦିଲ୍ଲୀ: ଚଳିତ ବର୍ଷ ରାକ୍ଷୀ ସିଜନରେ ଚୀନକୁ ପ୍ରାୟ 4000 କୋଟି ଟଙ୍କାର କ୍ଷତି ହୋଇପାରେ । କାରଣ ଭାରତରେ ଚୀନ ବିରୋଧୀ ସ୍ବର ତେଜିବା ପରେ ଲୋକମାନେ ସ୍ବଦେଶୀ ବସ୍ତୁର ବ୍ୟବହାର ସହ ସ୍ଥାନୀୟ ରାକ୍ଷୀକୁ ପସନ୍ଦ କରୁଛନ୍ତି । ବ୍ୟବସାୟୀ ସଙ୍ଗଠନ ସିଏଆଇଟି ଏ ନେଇ ଅନୁମାନ କରିଛି ।

ସୀମାରେ ଭାରତ-ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଦେଶରେ ଚୀନ ଉତ୍ପାଦର ବହିଷ୍କାର ଅଭିଯାନ ଜାରି ରହିଛି । ଏହାକୁ ନଜରରେ ରଖି ସଂଘ ଏ ନେଇ ଅନୁମାନ କରିଛି ।

ସିଏଆଇଟି କହିବା ଅନୁସାରେ, ରାକ୍ଷୀବନ୍ଧନ ପାର୍ବଣ ସମୟରେ ପାଖାପାଖୀ 6,000 କୋଟି ଟଙ୍କାର ରାକ୍ଷୀ ଉତ୍ପାଦ ବିକ୍ରି କରାଯାଇଥାଏ । ଯେଉଁଥିରେ କେବଳ ଚୀନର ଯୋଗଦାନ 4,000 କୋଟି ଟଙ୍କା ରହିଥାଏ ।

ଗତ କିଛି ବର୍ଷରେ ଚୀନରେ ତିଆରି ହେଉଥିବା ରାକ୍ଷୀ ଓ ରାକ୍ଷୀରେ ବ୍ୟବହୃତ ଉତ୍ପାଦ ଭାରତୀୟ ବଜାରକୁ କବଜା କରି ରଖିଥିଲା ବୋଲି ସିଏଆଇଟି କହିଛି । କିନ୍ତୁ ବର୍ତ୍ତମାନ କ୍ରେତା ସ୍ଥାନୀୟ ଉତ୍ପାଦ ପ୍ରତି ରୁଚି ଦେଖାଉଛନ୍ତି । କେବଳ ଏତିକି ନୁହେଁ ବରଂ ଚୀନରୁ ଆମଦାନୀ ଉତ୍ପାଦରୁ ତିଆରି ରାକ୍ଷୀ ବଦଳରେ ଭାରତରେ ତିଆରି ରାକ୍ଷୀ ପାଇଁ ଅଧିକ ଟଙ୍କା ଦେବାକୁ ବି ଉପଭୋକ୍ତା ପ୍ରସ୍ତୁତ ।

ସିଏଆଇଟି କହିଛି କି, ଅନୁମାନ ମୁତାବକ ଭାରତରେ ପ୍ରତି ବର୍ଷ ପ୍ରାୟ 50 କୋଟିର ରାକ୍ଷୀ ବିକ୍ରି କରାଯାଇଥାଏ । ଯାହାର ଦାମ ପ୍ରାୟ 6,000 କୋଟି ଟଙ୍କା ହୋଇଥାଏ । ଏଥିରୁ 4000 କୋଟି ଟଙ୍କାର ସାମଗ୍ରୀ କେବଳ ଚୀନ ରପ୍ତାନୀ କରିଥାଏ ।

ABOUT THE AUTHOR

...view details