ନୂଆଦିଲ୍ଲୀ: ଭାରତର ଏକତା-ଅଖଣ୍ଡତା ପ୍ରତି ବିପଦ ଦର୍ଶାଇ ଚୀନ ଆପ ବ୍ୟବହାର ପ୍ରତି କଟକଣା ଲଗାଇ ଚାଲିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଆଉ 43 ଆପକୁ ବ୍ୟାନ କରି ଡିଜିଟାଲ ଷ୍ଟ୍ରାଇକ ଆହ୍ବାନ ଦେଇଛି ଭାରତ । ହେଲେ ଏହାକୁ ଘୋର ବିରୋଧ କରିଛି ଚୀନ । ଚୀନ ଦାବି କରିଛି କି ଏହି ପଦକ୍ଷେପ ବିଶ୍ବ ବ୍ୟାପର ସଙ୍ଗଠନ (ଡବ୍ଲ୍ୟୁଟିଓ) ନିୟମ ବିରୋଧରେ ।
ଭାରତର ସଦ୍ୟ ପଦକ୍ଷେପ ନେଇ ପଚରାଯିବାକୁ ଚୀନର ବିଦେଶୀ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ ସାମ୍ବାଦିକ ସମ୍ମିଳନୀର ଏ ନେଇ ଗମ୍ଭୀର ଚିନ୍ତା ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ‘ଏ ବର୍ଷ ଜୁନରୁ ଏବେ ସୁଦ୍ଧା 4 ଥର ଭାରତ ଜାତୀୟ ସୁରକ୍ଷା ନାଁରେ ଚୀନ ସହ ଜଡିତ ସ୍ମାର୍ଟଫୋନ ଆପରେ ପ୍ରତିବନ୍ଧକ ଲଗାଇଛି ।