ଓଡିଶା

odisha

ETV Bharat / business

ମାନ୍ଦାବସ୍ଥାରୁ ମୁକୁଳିବାକୁ କଣ ରହିଛି ସରକାରଙ୍କ ଯୋଜନା? - ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ

ତିହାର ଜେଲରୁ ଚିଦାମ୍ବରଙ୍କ ପ୍ରଶ୍ନ । ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ କଣ ରହିଛି ଯୋଜନା? ଏଥିଯୋଗୁଁ ସର୍ବାଧିକ ପ୍ରଭାବିତ ହେଉଥିବା ଗରିବ ଓ ମଧ୍ୟବିତ୍ତଙ୍କ ଲାଗି ସରକାର କ’ଣ ଚିନ୍ତା କରୁଛନ୍ତି ବୋଲି ଟ୍ବିଟ କରି ଜବାବ ମାଗିଛନ୍ତି ଚିଦାମ୍ବରମ।

ଡିଜାଇନ ଫଟୋ

By

Published : Sep 11, 2019, 5:36 PM IST

ନୂଆଦିଲ୍ଲୀ: ଆୟ ନାହିଁ, ନିଯୁକ୍ତି ମିଳୁନି, ବେପାର ହେଉନି, ନିବେଶ ଖସୁଛି । ଏପରି ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସରକାରଙ୍କ ପାଖରେ କିଛି ଯୋଜନା ରହିଛି କି? ଏନେଇ ଜବାବ ମାଗି ବର୍ତ୍ତମାନର ଆର୍ଥିକ ପରିସ୍ଥିତି ପାଇଁ ନିଜର ଚିନ୍ତା ଦର୍ଶାଇଛନ୍ତି ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ।

ଏବେ ଦେଶ ଘୋର ମନ୍ଦାବସ୍ଥା ଦେଇ ଗତିକରୁଛି । ଆଉ ଏଥିଯୋଗୁଁ ଗରିବ ଓ ମଧ୍ୟବିତ୍ତ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି । ଏଭଳି ନୈରାଶ୍ୟଜନକ ସ୍ଥିତିରୁ ବାହାରିବା ପାଇଁ କ’ଣ ଯୋଜନା ରହିଛି ବୋଲି ଚିଦାମ୍ବରମ ତାଙ୍କ ଟ୍ବିଟର ପେଜରେ ପୋଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ-ଟ୍ବିଟର@PChidambaram_IN

ତିହାର ଜେଲରେ ବନ୍ଦ ଥିବା ଚିଦାମ୍ବରମ ଟ୍ବିଟ ମାଧ୍ୟମରେ କହିଛନ୍ତି ଯେ, ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । ‘କହିବାକୁ ଚାହେଁ ଯେ, ମୁଁ ନ୍ୟାୟ ଓ ଅନ୍ୟାୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଉଥିବା ଗରିବଙ୍କ କ୍ଷମତାକୁ ଦେଖି ଆଶ୍ଚର୍ଯ୍ୟ । ଗତ କିଛି ଦିନରେ ସେମାନଙ୍କୁ ଭେଟିବା ପାଇଁ ମତେ ସୁଯୋଗ ମିଳିଛି ’ ।

ABOUT THE AUTHOR

...view details