ଓଡିଶା

odisha

ETV Bharat / business

ଆରବିଆଇ ବଣ୍ଡ ସ୍କିମ ବନ୍ଦ ନେଇ ସରକାରଙ୍କୁ ଚିଦାମ୍ବରଙ୍କ ଟାର୍ଗେଟ - RBI 7.75% bonds scheme

ଆରବିଆଇ ବଣ୍ଡ ଯୋଜନା ବନ୍ଦ କରିବା ନେଇ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ତେବେ ଜାଣନ୍ତୁ କଣ ଏହି ସ୍କିମ ..

Chidambaram attacks govt for discontinuing RBI Bonds scheme
ଆରବିଆଇ ବଣ୍ଡ ସ୍କିମ ବନ୍ଦ ନେଇ ସରକାରଙ୍କୁ ଚିଦାମ୍ବରଙ୍କ ଟାର୍ଗେଟ

By

Published : May 28, 2020, 7:39 PM IST

ନୂଆଦିଲ୍ଲୀ: ଆରବିଆଇର 7.75 ପ୍ରତିଶତ ସଞ୍ଚୟ (ଟିକସଯୋଗ୍ୟ) ବଣ୍ଡ ସ୍କିମ୍ ବନ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ଦେଶର ନାଗରିକଙ୍କ ପାଇଁ ଏହା ବଡ ଝଟକା । ଏଭଳି ପରିସ୍ଥିତିରେ ଲୋକମାନେ ତୁରନ୍ତ ଏହାର ଆରମ୍ଭ ଦାବି କରିବା ଉଚିତ ବୋଲି କହିଛନ୍ତି ଚିଦାମ୍ବରମ ।

ପୂର୍ବତନ ଅର୍ଥମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘‘ 7.75 ପ୍ରତିଶତ ସଞ୍ଚୟ ବଣ୍ଡ ଯୋଜନାକୁ ବନ୍ଦ କରି ସରକାର ସଞ୍ଚୟ କରୁଥିବାରୁ ନାଗରିକଙ୍କୁ ବିଶେଷ କରି ବରିଷ୍ଠ ନାଗରିକଙ୍କ ପ୍ରତି ନିଷ୍ଠୁର ପଦକ୍ଷେପ ନେଇଛନ୍ତି ।

ସେ କହିଛନ୍ତି ଯେ, ‘‘ସରକାର 2018 ଜାନୁଆରୀରେ ମଧ୍ୟ ଏଭଳି କରିଥିଲେ । ମୁଁ ଏହାର ଘୋର ବିରୋଧ କରିଥିଲି । ଆସନ୍ତା ଦିନ ସରକାର ବଣ୍ଡକୁ ପୁନଃ ଆରମ୍ଭ କରିଥିଲେ ସୁଦ୍ଧା ସୁଧ ହାର 8 ପ୍ରତିଶତରୁ 7.75 ପ୍ରତିଶତକୁ ହ୍ରାସ କରିଥିଲେ । କର ଲାଗୁ ପରେ ବି ଏଥିରେ କେବଳ 4.4 ପ୍ରତିଶତର ଲାଭ ହେବ । ଏବେ ଏହା ବି ପ୍ରତ୍ୟାହାର କରିଦିଆଯାଇଛି । କାହିଁକି ? ମୁଁ ଏହି ପଦକ୍ଷେପକୁ ନିନ୍ଦା କରୁଛି । ’’

ଚିଦାମ୍ବରଙ୍କ ମୁତାବକ, ସରକାର ନିଜ ନାଗରିକଙ୍କ ପାଇଁ ଏକ ସୁରକ୍ଷିତ ନିବେଶ ବିକଳ୍ପ ଉପଲବ୍ଧ କରିବା ପାଇଁ ବାଧ୍ୟ । ଏହା 2003ରୁ ଆରବିଆଇ ବଣ୍ଡ ଥିଲା ।

ପ୍ରକାଶ ଯେ, ଗୁରୁବାର ବ୍ୟାଙ୍କିଙ୍ଗ କାରବାର ଶେଷ ସମୟ ସହ ସରକାର 7.75 ପ୍ରତିଶତ ସଞ୍ଚୟ ବଣ୍ଡ ଯୋଜନାକୁ ବନ୍ଦ ନେଇ ନିଷ୍ପତ୍ତି ନେଇଛନ୍ତି । ସୁଧ ଦର ହ୍ରାସକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏହି ବଣ୍ଡକୁ ଆରବିଆଇ ବଣ୍ଡ ଅଥବା ଭାରତ ସରକାରଙ୍କ ବଣ୍ଡ ନାଁରେ ଜଣାଯାଏ । ଖୁଚୁରା ନିବେଶକ ଏହି ବଣ୍ଡକୁ ବହୁତ ପସନ୍ଦ କରୁଥିଲେ ।

7 ବର୍ଷର ଅବଧି ରହିଥିବା ଏହି ବଣ୍ଡର ସର୍ବନିମ୍ନ ନିବେଶ 1000 ଟଙ୍କା ରହିଥିଲା । ଏଥିରେ ସମୟ ପୂର୍ବରୁ ଟଙ୍କା ଉଠାଣ ସୁବିଧା ରହିଥିଲା । ହେଲେ ବରିଷ୍ଠ ନାଗରିକଙ୍କ ପାଇଁ ଏଥିରେ ରିହାତି ମିଳୁଥିଲା । 60ରୁ 70 ବର୍ଷ ବୟସ ବ୍ୟକ୍ତି 6 ବର୍ଷ ପରେ ଟଙ୍କା ଉଠାଇପାରୁଥିଲା ।

ABOUT THE AUTHOR

...view details