ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ଭାଜପା ସରକାରଙ୍କୁ ପୁଣି ଘେରିଲେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ବର୍ତ୍ତମାନର ଆର୍ଥିକ ସଙ୍କଟ ପରିଚାଳନାରେ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଚିଦାମ୍ବରମ ।
ଇଟିଭି ଭାରତ ସହ କଥାବାର୍ତ୍ତା ସମୟରେ ଚିଦାମ୍ବରମ କିଛି ପ୍ରଶ୍ନ ଉଠାଇ କହିଛନ୍ତି କି, ‘‘ ଦେଶରେ ଦେଖାଦେଉଥିବା ଗଭୀର ଆର୍ଥିକ ସଙ୍କଟକୁ କିପରି ଓ ସରକାର କେବେ ଗ୍ରହଣ କରିବେ ? ପ୍ରଧାନମନ୍ତ୍ରୀ ତାଙ୍କର ବିଫଳତା ଏବଂ ତାଙ୍କ ଆର୍ଥିକ ପରିଚାଳକଙ୍କ ବିଫଳତାକୁ କେବେ ଗ୍ରହଣ କରିବେ ?’’
ପରେ ଅନେକ ଟ୍ୱିଟ କରି ଚିଦାମ୍ବରମ କହିଛନ୍ତି ଯେ ଭାରତର ଦୁଇଟି ପ୍ରମୁଖ ଶିଳ୍ପ ଟେଲିକମ ଏବଂ ବିମାନ ଚଳାଚଳ ସେକ୍ଟର ବର୍ତ୍ତମାନ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛି। ବିଶେଷ କରି କୋରୋନା ଭାଇରସ ବ୍ୟାପିବା ପରେ ଆର୍ଥିକ ଅଭିବୃଦ୍ଧି ଠପ ହୋଇପଡିଛି ।
ସଙ୍କଟଗ୍ରସ୍ତ ଭୋଡାଫୋନ ଆଇଡିଆ ଲିମିଟେଡ ପାଇଁ ସ୍ବର ଉଠାଇ ଚିଦାମ୍ବରମ ନିଜ ମତ ରଖିଛନ୍ତି କି, ସରକାର ଜାଣନ୍ତି ଆମର ଏକ ବଡ ଟେଲିକମ କମ୍ପାନୀ ଧ୍ୱଂସ ହେବାକୁ ଯାଉଛି , ହେଲେ ଏଭଳି ସଂଘର୍ଷପୂର୍ଣ୍ଣ ଟେଲିକମ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ ?
ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ନିଜ ଅସ୍ତିତ୍ବ ପାଇଁ ସଂଗ୍ରାମ କରୁଛି । କାରଣ ସରକାରଙ୍କୁ ସ୍ଥିର ହୋଇଥିବା ମୋଟ ରାଜସ୍ୱ (AGR) ସହିତ ଜଡିତ ଦେୟ ପ୍ରଦାନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସଂଘର୍ଷ କରୁଛି କମ୍ପାନୀ । ଟେଲିକମ ବିଭାଗ (DoT) ର ଚାହିଦା ଅନୁଯାୟୀ କମ୍ପାନୀକୁ 58,254 କୋଟି ଟଙ୍କା ଏଜିଆର ଦେବାକୁ ପଡିବ ।