ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେବାକୁ ଅଣ୍ଚା ଭିଡିଲେ କେନ୍ଦ୍ର ସରକାର । ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡିକୁ ପ୍ରାୟ 34 ହଜାର କୋଟି ଟଙ୍କା ଦୁଇଟି ପର୍ଯ୍ୟାୟରେ ଜାରି କଲେ ଅର୍ଥମନ୍ତ୍ରୀ । ଦ୍ରବ୍ୟ ଓ ସେବା କର(ଜିଏସଟି) ବ୍ୟବସ୍ଥାରେ ରାଜ୍ୟକୁ ରାଜସ୍ବ କ୍ଷତିପୂରଣ ପାଇଁ ଏହି ରାଶି ଦିଆଯିବ । ଏଥିରୁ 14,130 କୋଟି ଟଙ୍କା ମଙ୍ଗଳବାର ମଞ୍ଜୁର ହୋଇଛି ।
ରାଜ୍ୟକୁ 14,103 କୋଟି ଜିଏସଟି କ୍ଷତିପୂରଣ ଦେଲା କେନ୍ଦ୍ର - GST compensation to state
କେନ୍ଦ୍ର ପାଖରେ ରାଜ୍ୟ ଗୁଡିକ କରିଆସୁଥିବା ଦାବି ପୂରଣ ହେଲା । ଲକଡାଉନ ମଧ୍ୟରେ ରାଜ୍ୟକୁ ସହାୟତା ପାଇଁ ଜିଏସଟି କ୍ଷତିପୂରଣ ଅଧିନରେ ପ୍ରାୟ 34 ହଜାର କୋଟି ଟଙ୍କା ଦୁଇଟି ଚରଣରେ ଜାରି କଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ..
ରାଜ୍ୟକୁ 14,103 କୋଟି ଜିଏସଟି କ୍ଷତିପୂରଣ ଦେଲା କେନ୍ଦ୍ର
ଏହି ସଦ୍ୟ ଭରଣା ସହ ଅର୍ଥମନ୍ତ୍ରାଣଳୟ ଅକ୍ଟୋବରରେ ନଭେମ୍ବର ପାଇଁ ଜିଏସଟି କ୍ଷତିପୂରଣ ବାବଦରେ ପାଖାପାଖି 34 ହଜାର କୋଟିର ବକେୟା ଭରଣ କରିବ ଯ ପ୍ରଥମ କିସ୍ତିରେ 19,950 କୋଟି ଟଙ୍କା ଫେବୃଆରୀ 17ରେ ଏବଂ ବାକି 14,103 କୋଟି ଟଙ୍କା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମଙ୍ଗଳବାର ଜାରି ହୋଇଛି । ପ୍ରକାଶ ଯେ, ମାର୍ଚ୍ଚରେ ଜିଏସଟି ସଂଗ୍ରହ 97,597 କୋଟି ଟଙ୍କା ରହିଥିଲା ।