ଓଡିଶା

odisha

By

Published : Feb 10, 2021, 5:27 PM IST

ETV Bharat / business

ଏୟାର ଇଣ୍ଡିଆର 498 କୋଟି ବକେୟା ରଖିଛି କେନ୍ଦ୍ର ଓ ରାଜ୍ୟ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ବକେୟା ନେଇ ତଥ୍ୟ ରଖିଲେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ । ଅଧିକ ପଢନ୍ତୁ..

ଏୟାର ଇଣ୍ଡିଆର 498 କୋଟି ବକେୟା ରଖିଛି କେନ୍ଦ୍ର ଓ ରାଜ୍ୟ
ଏୟାର ଇଣ୍ଡିଆର 498 କୋଟି ବକେୟା ରଖିଛି କେନ୍ଦ୍ର ଓ ରାଜ୍ୟ

ନୂଆଦିଲ୍ଲୀ: 2020 ଡିସେମ୍ବର 31 ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଉପରେ ବିମାନ କମ୍ପାନୀ ଏୟାର ଇଣ୍ଡିଆର 498.17 କୋଟି ଟଙ୍କାର ବକେୟା ରହିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି ଭିଭିଆଇପି ଯାତ୍ରା, ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତ୍ରା, ରିଲିଫ ଅଭିଯାନ ଆଦି ଦୃଷ୍ଟିରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉପରେ ମୋଟ 498.17 କୋଟି ଟଙ୍କାର ବକେୟା ଅଛି ।

ତଥ୍ୟ ଅନୁସାରେ ମୋଟ 84.57 କୋଟି ଟଙ୍କା କେବଳ ଭିଭିଆଇପି ଯାତ୍ରା ବାବଦରେ ବକେୟା ପଡିଥିବାବେଳେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତ୍ରାକୁ ନେଇ 12.61 କୋଟି ଟଙ୍କା ବକେୟା ରହିଛି । ସେ କହିଛନ୍ତି କି କମ୍ପାନୀକୁ 2018-19ରେ 8,556.35 କୋଟି ଟଙ୍କାର ଘାଟା ହୋଇଛି । ଯେତେବେଳେ କି 2019-20ରେ 7,982.83 କୋଟି ଟଙ୍କାର କ୍ଷତି ହୋଇଛି ।

ତେବେ ବର୍ତ୍ତମାନ ସରକାର ଏବେ ଏୟାର ଇଣ୍ଡିଆ ଷ୍ଟକକୁ ବିକ୍ରି ପାଇଁ ପକ୍ରିୟା ଜାରି ରଖିଛନ୍ତି ।

ABOUT THE AUTHOR

...view details