ଓଡିଶା

odisha

ETV Bharat / business

ପିଆଜ ରପ୍ତାନୀରେ ଲାଗିଲା ପ୍ରତିବନ୍ଧକ - onion costly

ଖାଉଟିଙ୍କ ଆଖିରେ ଲୁହ ଭରୁଥିବା ମହଙ୍ଗା ପିଆଜ ରପ୍ତାନୀ ଉପରେ ଲଗାମ ଲଗାଇନ୍ତି ସରକାର । ରପ୍ତାନୀ ହେବ ପିଆଜ । ଅଧିକ ପଢନ୍ତୁ...

ପିଆଜ ରପ୍ତାନୀରେ ପ୍ରତିବନ୍ଧକ
ପିଆଜ ରପ୍ତାନୀରେ ପ୍ରତିବନ୍ଧକ

By

Published : Sep 15, 2020, 1:52 PM IST

ନୂଆଦିଲ୍ଲୀ: ତତ୍କାଳ ପ୍ରଭାବ ସହିତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସୋମବାର ନିଷ୍ପତ୍ତି ନେଇଛନ୍ତି । ଘରୋଇ ବଜାରରେ ମହଙ୍ଗା ପିଆଜ ଦାମକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଦେଶର ଅନେକ ସ୍ଥାନରେ ଭାରୀ ବର୍ଷା ଓ ବନ୍ୟା ହୋଇଥିବାରୁ ପିଆଜ ଅଭାବ ଦେଖିବାକୁ ମିଳିଛି । ଏଥିପାଇଁ ସମସ୍ତ ପ୍ରକାରର ପିଆଜ ରପ୍ତାନିକୁ ତତ୍କାଳ ପ୍ରଭାବ ସହ ନିଷେଧ କରାଯାଇଥିବା ନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT)ଏକ ନୋଟିଫିକେସନ ଜାରି କରି ସୂଚନା ଦେଇଛି ।

ଏହି ପ୍ରତିବନ୍ଧକରେ ବେଙ୍ଗାଲୁରୁର ଲାଲ ପିଆଜ ଓ କୃଷ୍ଣାପୁରମ ପିଆଜ ମଧ୍ୟ ସାମିଲ ଅଛି । ଏବେ ସୁଦ୍ଧା ପିଆଜର ଏହି ସବୁ ଭେରାଇଟି ଉପରେ ରୋକ ଲଗାଯାଉନଥିଲା । ତେବେ ନାସିକକୁ ଆସୁଥିବା ପିଆଜ ଯୋଗାଣ ହ୍ରାସ ହେବା ଯୋଗୁଁ ଏହାର ଦାମ ଲଗାତାର ବଢିଚାଲିଛି । ଏଣୁ ଖାଉଟିଙ୍କ ଆଖିରେ ଲୁହ ଭରୁଥିବା ମହଙ୍ଗା ପିଆଜ ରପ୍ତାନୀ ଉପରେ ଲଗାମ ଲଗାଇଛନ୍ତି ସରକାର ।

ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ 1 କିଲୋ ପିଆଜର ଦାମ 40 ଟଙ୍କା ରହିଛି । ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ସରକାର ପିଆଜ ରପ୍ତାନୀ ଉପରେ ଲାଗୁ 6 ମାସର ବ୍ୟାନକୁ ପ୍ରତ୍ୟାହାର କରିଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ହିଁ ସରକାର ପିଆଜ ରପ୍ତାନୀକୁ ବ୍ୟାନ କରିଥିଲେ ।

ABOUT THE AUTHOR

...view details