ଓଡିଶା

odisha

By

Published : Nov 28, 2019, 4:46 PM IST

ETV Bharat / business

ରାଜ୍ୟର ଅପରାଗତା ଯୋଗୁଁ କମିବ ଦେଶର ରାଜକୋଷ

ରାଜ୍ୟ ସରକାରଙ୍କ ଯୋଗୁଁ ବଢିପାରେ ଦେଶର ରାଜକୋଷୀୟ ଘାଟା । କେନ୍ଦ୍ରର ରାଜକୋଷୀୟ ଘାଟା ମୋଟ ଘରୋଇ ଉତ୍ପାଦ(ଜିଡିପି)ର 3.7 ପ୍ରତିଶତ ରହି ।

centre fiscal deficit to be more than in financial year 20 moody investors service
ରାଜ୍ୟର ଅପରାଗତା ଯୋଗୁଁ ବଢିବ ଦେଶର ଘାଟା

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଯୋଗୁଁ ବଢିପାରେ ଦେଶର ରାଜକୋଷୀୟ ଘାଟା । କେନ୍ଦ୍ରର ରାଜକୋଷୀୟ ଘାଟା ମୋଟ ଘରୋଇ ଉତ୍ପାଦ(ଜିଡିପି)ର 3.7 ପ୍ରତିଶତ ରହି । ଏନେଇ ଗ୍ଲୋବାଲ ରେଟିଙ୍ଗ ଏଜେନ୍ସି ମୁଡିଜର ଇନଭେଷ୍ଟର ସର୍ଭିସ ପକ୍ଷରୁ ଅନୁମାନ କରାଯାଇଛି ।

ଆର୍ଥିକ ବର୍ଷ 2019ରେ ଏହି ଅନୁମାନ 3.4 ପ୍ରତିଶତ ଥିଲା । ସରକାର 2019-10 ବର୍ଷ ପାଇଁ ରାକୋଷୀୟ ଘାଟା ଟାର୍ଗେଟକୁ 3.3 ପ୍ରତିଶତ ରଖିଥିଲେ । ହେଲେ ଏଜେନ୍ସିର କହିବା ଅନୁଯାୟୀ କିଛି ରାଜ୍ୟ ସରକାରଙ୍କ ବର୍ଦ୍ଧିତ ରାଜକୋଷୀୟ ଘାଟା କେନ୍ଦ୍ର ସରକାରଙ୍କ ମିଡିୟମ ଟର୍ମ କନ୍ସଲେଡିସେନ ଲକ୍ଷ୍ୟକୁ ପ୍ରଭାବିତ କରିବ । ଏଜେନ୍ସି ମୁତାବକ, ଯେଉଁ ରାଜ୍ୟ ନିଜ ଖର୍ଚ୍ଚପୂରଣ କରିବାକୁ ଅସମର୍ଥ ସେମାନେ ରାଜସ୍ବ ଏକତ୍ର କରିନପାରି କେନ୍ଦ୍ର ଅନୁଦାନ ଉପରେ ନିର୍ଭର କରନ୍ତି । ଆଉ ଏହି ସବୁ ରାଜ୍ୟର ହିଁ ରାଜକୋଷୀୟ ଘାଟା ଗତବର୍ଷ ମଧ୍ୟ ବୃଦ୍ଧି ପାଇଛି ।

ଅନୁମାନ କରାଯାଉଛି ଯେ, ମାର୍ଚ୍ଚ 2020ରେ ଅର୍ଥବର୍ଷ ଶେଷ ପରେ କେନ୍ଦ୍ର ସରକାର ରାଜକୋଷୀୟ ଘାଟାକୁ ଜିଡିପିର 3.7 ପ୍ରତିଶତ ରଖିବେ । ସେପଟେ ରାଜ୍ୟ ସରକାରଙ୍କ ଏହା 3 ପ୍ରତିଶତ ରହିବା ସମ୍ଭାବନା ରହିଛି ।

ABOUT THE AUTHOR

...view details