ଓଡିଶା

odisha

ETV Bharat / business

ବାତ୍ୟା ମୁକାବିଲା: ଓଡିଶାକୁ କେନ୍ଦ୍ରର 128 କୋଟି ଟଙ୍କାର ସହାୟତା - କେନ୍ଦ୍ରର ସହାୟତା

ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ରର ଦୁର୍ବିପାକ ସହାୟତା ଘୋଷଣା । 6 ଟି ରାଜ୍ୟକୁ ବିପର୍ଯ୍ୟୟ ସହାୟତା ଭାବରେ କେନ୍ଦ୍ର 4,382 କୋଟି ଅନୁମୋଦନ କରିଛି । ଏହା ଅଧିନରେ ଓଡିଶାକୁ ବାତ୍ୟା ଅମ୍ଫନ ପାଇଁ ଅତିରିକ୍ତ ୧୨୮ କୋଟି ଟଙ୍କା ଦିଆଯାଇଛି । ଅଧିକ ପଢନ୍ତୁ..

ବାତ୍ୟା ମୁକାବିଲା: ଓଡିଶାକୁ କେନ୍ଦ୍ରର 128 କୋଟି ଟଙ୍କାର ସହାୟତା
ବାତ୍ୟା ମୁକାବିଲା: ଓଡିଶାକୁ କେନ୍ଦ୍ରର 128 କୋଟି ଟଙ୍କାର ସହାୟତା

By

Published : Nov 13, 2020, 5:31 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଓଡିଶା ସମେତ 6 ରାଜ୍ୟକୁ 4,382 କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛି କେନ୍ଦ୍ର । ଏହି ଟଙ୍କା ପଶ୍ଚିମବଙ୍ଗ, ଓଡିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକ୍କିମକୁ ଦିଆଯିବ । ଯେଉଁଠି ଏ ବର୍ଷ ଲୋକ ବାତ୍ୟା, ବନ୍ୟା ଓ ଭୁସ୍ଖଳନ ଭଳି ପ୍ରକୋପରେ ପ୍ରଭାବିତ ହୋଇଛନ୍ତି ।

ବାତ୍ୟା ମୁକାବିଲା: ଓଡିଶାକୁ କେନ୍ଦ୍ରର 128 କୋଟି ଟଙ୍କାର ସହାୟତା

ଏହା ଅଧିନର ଓଡ଼ିଶାକୁ ବାତ୍ୟା ଅମ୍ଫାନ ପାଇଁ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛି କେନ୍ଦ୍ର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିରେ ଏ ନେଇ ମଞ୍ଜୁରୀ ଦିଆଯାଇଛି ।

ସେହିଭଳି ବାତ୍ୟା ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ପାଇଁ 2707.77 କୋଟି ଟଙ୍କା , ମହାରାଷ୍ଟ୍ରକୁ ନିସର୍ଗ କ୍ଷୟକ୍ଷତିର ମୁକାବିଲା ପାଇଁ 268.59 କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏଥିସହ କର୍ଣ୍ଣାଟକକୁ 577.84 କୋଟି ଟଙ୍କା ଦିଆଯିବ । ମଧ୍ୟପ୍ରଦେଶକୁ 611.61 କୋଟି ଟଙ୍କା ସିକ୍କିମକୁ 87.84 କୋଟି ଟଙ୍କା ଦିଆଯିବ ।

ଏ ନେଇ ଟ୍ବିଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଗୃହମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଆର୍ଥିକ ସହାୟତା ବାତ୍ୟା, ବନ୍ୟା, ଭୂସ୍ଖଳନ ଯୋଗୁଁ କ୍ଷତି ହୋଇଥିବା ରାଜ୍ୟ ଗୁଡ଼ିକର ଭିତ୍ତିଭୂମି ଏବଂ ଜୀବନଜୀବିକାର ପୁନଃଉଦ୍ଧାର କାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।

୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବାତ୍ୟା ଅମ୍ପନ ପ୍ରଭାବିତ ରାଜ୍ୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଗସ୍ତ କରି ଓଡ଼ିଶା ପାଇଁ ତତ୍କାଳୀନ ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

ଓଡ଼ିଶାର କଠିନ ସମୟରେ ସର୍ବଦା ଓଡ଼ିଆ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

ABOUT THE AUTHOR

...view details