ଓଡିଶା

odisha

ETV Bharat / business

27,513 କୋଟିର ରିଲାଏନ୍ସ-ଫ୍ୟୁଚର ଡିଲକୁ CCIର ମଞ୍ଜୁରୀ - ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ

ଫ୍ୟୁଚର ଗ୍ରୁପର ଖୁଚୁରା ବ୍ୟାପରକୁ ଅଧିଗ୍ରହଣ ପାଇଁ ମୁକେଶ ଅମ୍ବାନୀଙ୍କ ନେତୃତ୍ବଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଞ୍ଜୁରୀ ଦେଇଛି ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (CCI) । ଅଧିକ ପଢନ୍ତୁ..

27,513 କୋଟିର ରିଲାଏନ୍ସ -ଫ୍ୟୁଚର ଡିଲକୁ CCIର ମଞ୍ଜୁରୀ
27,513 କୋଟିର ରିଲାଏନ୍ସ -ଫ୍ୟୁଚର ଡିଲକୁ CCIର ମଞ୍ଜୁରୀ

By

Published : Nov 20, 2020, 8:49 PM IST

ହାଇଦ୍ରାବାଦ: ଆମାଜନକୁ ବଡ ଝଟକା । ଶୁକ୍ରବାର ଫ୍ୟୁଚର ଗ୍ରୁପର ଖୁଚୁରା ବ୍ୟାପରକୁ ଅଧିଗ୍ରହଣ ପାଇଁ ମୁକେଶ ଅମ୍ବାନୀଙ୍କ ନେତୃତ୍ବଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଞ୍ଜୁରୀ ଦେଇଛି ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (CCI) ।

ଏକ ଟ୍ବିଟ କରି ନିୟମାକ କହିଛି କି, ‘‘ ଆୟୋଗ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ଓ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାସନ ଲାଇଫଷ୍ଟାଇଲ ଲିମିଟେଡ ଦ୍ବାରା ଫ୍ୟୁଚର ଗ୍ରୁପର ଖୁଚୁରା, ହୋଲସେଲ , ଲଜିଷ୍ଟିକ୍ସ ଓ ୱାଇର ହାଇସିଂ ବ୍ୟବସାୟ ଅଧିଗ୍ରହଣ ପାଇଁ ଅନୁମୋଦନ ଦେଇଛି । ’’

ଗତ ବର୍ଷ ଅଗଷ୍ଟ ମାସରେ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାସନ ଲାଇଫଷ୍ଟାଇଲ ଲିମିଟେଡ, ରିଲାଏନ୍ସ ରିଟେଲ ଭେଞ୍ଚର (RRVL), କିଶୋର ବିୟାନି ନେତୃତ୍ୱାଧୀନ ଫ୍ୟୁଚର ଗ୍ରୁପ୍ ସହିତ 27,513 କୋଟି ଟଙ୍କାର ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ୍ସ ସହିତ ଗ୍ରୁପର ଖୁଚୁରା ବ୍ୟବସାୟ କିଣିବାକୁ ଚୁକ୍ତି କରିଥିଲା।

ଏହି ଚୁକ୍ତି ବହୁରାଷ୍ଟ୍ରୀୟ ଇ-କମର୍ସ ଦିଗ୍ଗଜୟ ଆମାଜନ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା । ପ୍ରକାଶ ଯେ, ରିଲାଏନ୍ସ ସହ ଡିଲ ସାଇନ ପୂର୍ବରୁ କିଛି ମାସ ତଳେ ଆମାଜନ ଓ ଫ୍ୟୁଚର ଗ୍ରୁପ ମଧ୍ୟରେ 2019 ଡିସେମ୍ବରରେ ଚୁକ୍ତି ହୋଇଥିଲା ।

ସେହି ସମୟରେ ଆମାଜନ 1,430 କୋଟି ଟଙ୍କାରେ ଫ୍ୟୁଚର କୁପନ ପ୍ରାଇଭେଟ ଲିମିଟେଡରେ 49 ପ୍ରତିଶତ ଅଂଶ ଧନ ଅଧିଗ୍ରହଣ କରିଥିଲା ।

ABOUT THE AUTHOR

...view details