ବେଙ୍ଗାଲୁରୁ: ୟୁନିୟନ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ବୁଧବାର ଏକାଧିକ ସ୍ଥାନରେ ଚଢାଉ କରିଛି । 2013-15 ମଧ୍ୟରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଠକେଇ ଅଭିଯୋଗରେ ସିବିଆଇ, ଏକ ସମବାୟ ସମିତି ସୁରାଟ ମାଣ୍ଡଭି ବିବେକ ସାହରୀ କୃଷ୍ଣ ଉଦ୍ୟୋଗ ମାଣ୍ଡଲି ଲିମିଟେଡ୍ ଏବଂ ଏହାର ବୋର୍ଡ ନିର୍ଦ୍ଦେଶକକୁ ଗିରଫ କରିଥିଲା । ପ୍ରାୟ 42.30 କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ବେଙ୍ଗାଲୁରୁ ସହରର ଜୟନଗର, ମଲେଶ୍ୱରାମ ଏବଂ ଅନ୍ୟାନ୍ୟ ସ୍ଥାନରେ ସିବିଆଇ ରେଡ୍ କରିଥିଲା ।
ଏହାସହ ଅଭିଯୋଗ ହୋଇଛି ଯେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ପାଲୋଡ ଶାଖା, ତାଲୁକା ମଙ୍ଗ୍ରୋଲ, ସୁରାଟରେ 1728 କୃଷକ ସଦସ୍ୟଙ୍କ ନାମରେ ୟୁନିଅନ ଗ୍ରୀନ କାର୍ଡ ସ୍କିମ ଅଧିନରେ 42 କୋଟି ଟଙ୍କା ଋଣ ମଞ୍ଜୁର କରିଛନ୍ତି । ସିବିଆଇ ଅଧିକାରୀମାନେ ଏକ ମାମଲା ରୁଜୁ କରି ସହରର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ଘର ଉପରେ ଚଢାଉ କରିଥିଲେ।