ଓଡିଶା

odisha

ETV Bharat / business

ଟିଡିଏସ, ଟିସିଏସ ପ୍ରଦାନ ହେବ ସହଜ; ବିଜ୍ଞପ୍ତି ଜାରି କଲା ସିବିଡିଟି - ଟିଡିଏସ କିମ୍ବା ଟିସିଏସ ପ୍ରଦାନ

କୋରୋନା ପାଇଁ ଟିକସ ଦାତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଟିଡିଏସ କିମ୍ବା ଟିସିଏସ ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପ୍ରମାଣପତ୍ର ସଂଗ୍ରହକୁ ସହଜ କରିବାକୁ ବିଜ୍ଞପ୍ତି ଜାରି କରିଛି । ଅଧିକ ପଢନ୍ତୁ...

CBDT issued notification for easy process of issuing of certificates for collection of TDS or TCS
ଟିଡିଏସ, ଟିସିଏସ ପ୍ରଦାନ ହେବ ସହଜ, ବିଜ୍ଞପ୍ତି ଜାରି କଲା ସିବିଡିଟି

By

Published : Apr 4, 2020, 5:11 PM IST

ନୂଆଦିଲ୍ଲୀ: କୋରୋନା ପାଇଁ ଟିକସ ଦାତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଟିଡିଏସ କିମ୍ବା ଟିସିଏସ ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପ୍ରମାଣପତ୍ର ସଂଗ୍ରହକୁ ସହଜ କରିବାକୁ ବିଜ୍ଞପ୍ତି ଜାରି କରିଛି । ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପ୍ରକ୍ରିୟାରେ ଟିଡିଏସ, ଟିସିଏସ ପ୍ରଦାନ, ଲୋୟର ରେଟ, ନିଲ ଡିଡକ୍ସନ ପାଇଁ 2019-20 ଆଧାରରେ ପ୍ରମାଣପତ୍ର ସଂଗ୍ରହକୁ ସହଜ କରାଯିବ ।

ଟିଡିଏସ ଉତ୍ସରେ ଟ୍ୟାକ୍ସ ପ୍ରଦାନକାରୀ କିମ୍ବା କ୍ରେତାଙ୍କ ଠାରୁ କଟାଯାଇଥାଏ । ଯଥା ବେତନ ପ୍ରଦାନକାରୀ କିମ୍ବା ଅସ୍ଥାବର ସମ୍ପତ୍ତିର କ୍ରେତା କିମ୍ବା ସୁଧ, ଭଡା ପ୍ରଦାନ କରୁଥିବା ବ୍ୟକ୍ତି ଟିଡିଏସ କାଟି ଆୟକର ବିଭାଗକୁ ଦେବେ । ସେହିପରି ଟିସିଏସ ଉତ୍ସରେ ସଂଗୃହୀତ ଟ୍ୟାକ୍ସ ଗ୍ରହଣକାରୀ, ପ୍ରଦାନକାରୀ କିମ୍ବା ବିକ୍ରେତା ଦ୍ବାରା ସଂଗୃହୀତ । ଯଥା-ଅଳଙ୍କାର ବିକ୍ରୟ କରୁଥିବା ଜୁଏଲର୍ସ ଟିସିଏସ୍ ସଂଗ୍ରହ କରି ଆୟକର ବିଭାଗକୁ ଦେବେ ।

@ANI

ABOUT THE AUTHOR

...view details