ଓଡିଶା

odisha

ETV Bharat / business

‘ଜନତା କର୍ଫ୍ୟୁ’କୁ ବ୍ୟବସାୟୀ ସଂଘର ସମର୍ଥନ, ବନ୍ଦ ରହିବ ସମସ୍ତ ଦୋକାନ ବଜାର - cait backs janata curfew calls for shutdown on sunday

ମାର୍ଚ୍ଚ 22ରେ ଜନତା କର୍ଫ୍ୟୁରେ ଦେଶର 7 କୋଟି ବ୍ୟବସାୟୀ ସାମିଲ ହେବେ । ବନ୍ଦ ରହିବ ଦୋକାନ ବଜାର ।

cait backs janata curfew calls for shutdown on sunday
‘ଜନତା କର୍ଫ୍ୟୁ’କୁ ବ୍ୟବସାୟୀଙ୍କ ସମର୍ଥନ, ପଡିବ ଦୋକାନ ସଟର

By

Published : Mar 21, 2020, 2:59 PM IST

Updated : Mar 21, 2020, 4:43 PM IST

ନୂଆଦିଲ୍ଲୀ: ରବିବାର ସମଗ୍ର ଦେଶରେ କାରବାର ବନ୍ଦ ରଖିବେ ବ୍ୟବସାୟୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଡାକରା ରେ ସାମିଲ ହୋଇ ଘରୁ ନ ବାହାରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ୟବସାୟୀ । କୋରୋନା ଭାଇରସ ମୁକାବିଲା ପାଇଁ ବ୍ୟବସାୟୀ ସଂଘ ପ୍ରସ୍ତୁତ ରହିଛି ।

CAIT ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ମାର୍ଚ୍ଚ 22 ରେ ଜନତା କର୍ଫ୍ୟୁରେ ଦେଶର 7 କୋଟି ବ୍ୟବସାୟୀ ସେମାନଙ୍କ ପ୍ରତିଷ୍ଠାନ ବନ୍ଦ ରଖିବେ । ଏଥିସହ ରବିବାର CAIT ପକ୍ଷରୁ ଦିଲ୍ଲୀ ବ୍ୟବସାୟ ବନ୍ଦ ନେଇ ଘୋଷଣା କରାଯାଇଛି ।

ପୁରୁଣା ଦିଲ୍ଲୀ ବ୍ୟତୀତ ଗାନ୍ଧିନଗର, କୃଷ୍ଣନଗର, କରୋଲ ବାଗ, କମଲା ନାଗର, ରୋହିଣୀ, ପିଟାମ୍ପୁରା ଇତ୍ୟାଦି ଅଧିକାଂଶ ବଜାର ବ୍ୟବସାୟୀଙ୍କ କଥା ହୋଇ ନିର୍ଣ୍ଣୟ ନିଆଯାଇଛି ଯେ, ଦିଲ୍ଲୀର ସମସ୍ତ ଛୋଟ ଏବଂ ବଡ ବଜାର ମାର୍ଚ୍ଚ 22 ରେ ବନ୍ଦ ରହିବ । ଏହା ସହିତ 28 ଉଦ୍ୟୋଗିକ କ୍ଷେତ୍ରର ପ୍ରାୟ 5 ଲକ୍ଷ କାରଖାନା ଏବଂ ହୋଟେଲ, ରେଷ୍ଟୁରାଣ୍ଟ, ପରିବହନ ଇତ୍ୟାଦି ବନ୍ଦ ରହିବ | କରୋନା ବିରୋଧୀ ଏହି ସଂଗ୍ରାମରେ ଦିଲ୍ଲୀର 15 ବ୍ୟବସାୟୀ ଏବଂ ସେମାନଙ୍କ 35 ଲକ୍ଷ କର୍ମଚାରୀ ଏହି କର୍ଫ୍ୟୁରେ ଅଂଶଗ୍ରହଣ କରିବେ ବୋଲି ଖଣ୍ଡେଲୱାଲ କହିଛନ୍ତି ।

Last Updated : Mar 21, 2020, 4:43 PM IST

ABOUT THE AUTHOR

...view details