ଓଡିଶା

odisha

ETV Bharat / business

ପଶୁପାଳନ ପାଇଁ 15 ହଜାର କୋଟିର ଫଣ୍ଡ, 35 ଲକ୍ଷଙ୍କୁ ମିଳିବ ରୋଜଗାର - Animal Husbandry Infra Development Fund

ପଶୁପାଳକଙ୍କୁ ପ୍ରୋତ୍ସାହନ ଓ ଏହି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଁ 15 ହଜାର କୋଟିର ପାଣ୍ଠିକୁ ମିଳିଲା କ୍ୟାବିନେଟର ଗ୍ରୀନ ସିଗନାଲ । ଭିତ୍ତିଭୂମି ସୁଦୃଢ ସହ ଏଥିପାଇଁ ଆଗ୍ରହ ଥିବା ଉଦ୍ୟୋଗୀଙ୍କୁ ସୁଧରେ ମିଳିବ ସବସିଡି । ଅଧିକ ପଢନ୍ତୁ..

ପଶୁପାଳନ ପାଇଁ  15 ହଜାର କୋଟିର ଫଣ୍ଡ
ପଶୁପାଳନ ପାଇଁ 15 ହଜାର କୋଟିର ଫଣ୍ଡ,

By

Published : Jun 25, 2020, 1:01 PM IST

ନୂଆଦିଲ୍ଲୀ: ପଶୁପାଳକଙ୍କୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ପ୍ରଚେଷ୍ଟା । ସୁଧ ସବସିଡି ଯୋଜନା ସହ ପଶୁପାଳନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଲାଗି 15 ହଜାର କୋଟିର ପାଣ୍ଠିର ଘୋଷଣା କରିଛନ୍ତି ସରକାର । ବୁଧବାର କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁର କରିଛି ।

ଦୁଗ୍ଧ, ମାଂସ ପ୍ରକ୍ରିୟାକରଣ, ପଶୁଚାରା କାରଖାନାରେ ଘରୋଇ କାରବାରୀ ଓ ଏମଏସଏମଇର ନିବେଶକୁ ପ୍ରୋତ୍ସାହିତ ହେବା ଏହି ପାଣ୍ଠିର ଲକ୍ଷ୍ୟ । ଏହି ପଦକ୍ଷେପ ଦ୍ବାରା 35 ଲକ୍ଷ ରୋଜଗାର ସୃଷ୍ଟି ହେବା ସମ୍ଭାବନା ରହିଛି ।

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି କି, ଡାଏରୀ ଉତ୍ପାଦକ, ମାଂସ ପ୍ରକ୍ରିୟାକରଣ ଓ ପଶୁଖାଦ୍ୟ କାରଖାନା ସ୍ଥାପନ ପାଇଁ କୃଷକ ଉତ୍ପାଦନ ସଙ୍ଗଠନ ଏମଏସଏମଇ, ଘରୋଇ କମ୍ପାନୀଙ୍କୁ 3 ପ୍ରତିଶତ ଯାଏଁ ସୁଧ ରିହାତି ମିଳିବ ।

ତେବେ ଏହି ପାଣ୍ଠି ଜରିଆରେ ଦେଶରେ ଦୁଗ୍ଧ ଉତ୍ପାଦନ ବଢିବ । ରପ୍ତାନୀକୁ ପ୍ରୋତ୍ସାହନ ମିଳିବ । ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି କି ଏହି ପାଣ୍ଠି ଦ୍ବାରା କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଏମଏସଏମଇ, ଧାରା 8 କମ୍ପାନୀ, ଘରୋଇ କମ୍ପାନୀ ଏବଂ ଉଦ୍ୟୋଗୀମାନଙ୍କୁ ଫାଇଦା ମିଳିବ । ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସେମାନେ କେବଳ 10ପ୍ରତିଶତ ଯୋଗଦାନ ଦେବେ । ବାକି 90 ପ୍ରତିଶତ ରାଶିକୁ ଅନୁସୂଚିତ ବ୍ୟାଙ୍କ ଦ୍ବାରା ସେମାନଙ୍କୁ ଋଣ ଆକାରରେ ପ୍ରଦାନ କରାଯିବ ।

କୋଭିଡ-19 ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି ଲକଡାଉନ ଯୋଗୁଁ ପ୍ରଭାବିତ ଲୋକଙ୍କୁ ସହଯୋଗ ପାଇଁ ମେ ମାସରେ 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା ହୋଇଥିଲା । ଆଉ ସେହି ପ୍ୟାକେଜର ଅଂଶ ହେଉଛି ଏହି 15 ହଜାର କୋଟିର ପାଣ୍ଠି ।

ABOUT THE AUTHOR

...view details