ଓଡିଶା

odisha

By

Published : Nov 25, 2020, 3:38 PM IST

Updated : Nov 25, 2020, 8:40 PM IST

ETV Bharat / business

ଡିବିଏସ ବ୍ୟାଙ୍କରେ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ, କ୍ୟାବିନେଟ ଦେଲା ମଞ୍ଜୁରୀ

ଡିବିଏସ ବ୍ୟାଙ୍କରେ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ , କ୍ୟାବିନେଟ ଦେଲା ମଞ୍ଜୁରୀ
ଡିବିଏସ ବ୍ୟାଙ୍କରେ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ , କ୍ୟାବିନେଟ ଦେଲା ମଞ୍ଜୁରୀ

15:34 November 25

ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡିବିଏସ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ଆରବିଆଇର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଏହା ଦ୍ବାରା 20 ଲକ୍ଷ ଜମାକର୍ତ୍ତାଙ୍କୁ ମିଳିବ ରିଲିଫ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଜୁଝୁଥିବା ଘରୋଇ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡେଭଲପମେଣ୍ଟ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଆଇଏଲ) ସହ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏହି ବିଲୟ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ  ପ୍ରସ୍ତାବ ଦେଇଥିଲା ।  

ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ହୋଇଛି । ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ସମ୍ବାଦଦାତା ସମ୍ମିଳନୀ କରି କ୍ୟାବିନେଟର ଏହି ନିଷ୍ପତ୍ତି ନେଇ ଜଣାଇଛନ୍ତି । ସଙ୍କଟଗ୍ରସ୍ତ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡିବିଏସ୍ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ଆରବିଆଇର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଥିବା ସେ ସୂଚନା ଦେଇଛନ୍ତି ।  

ଜାଭେଡକର କହିଛନ୍ତି କି ରିଜର୍ଭ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡେଭଲପେମେଣ୍ଟ ଇଣ୍ଡିଆ ଲିମିଟେଡରେ ମିଶ୍ରଣ ପାଇଁ ଆଦେଶ ଦେଇଥିଲା । ଏହା ଦ୍ବାରା 20.5 ଲକ୍ଷ ଜମାକର୍ତ୍ତାଙ୍କୁ ରିଲିଫ ମିଳିବ । ଏଥିସହ 4,000 କର୍ମଚାରୀଙ୍କ ଚାକିରୀ ବି ବଜାୟ ରହିବ ।  

ତାମିଲନାଡୁର ଏହି ବ୍ୟଙ୍କ ଦୀର୍ଘ ଦିନ ଧରି ସଙ୍କଟରେ ଜୁଝୁଛି । ଗତ ବର୍ଷ ସେପ୍ଟେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ବ୍ୟାଡ ଲୋନ ବା ଅନାଦେୟ ଋଣ (ଏନପିଏ) ରେ ବୃଦ୍ଧି ଯୋଗୁଁ ଏହାକୁ ତୁରନ୍ତ ସଂଶୋଧନ କାର୍ଯ୍ୟନୁଷ୍ଠାନ ଅଧିନରେ ରଖାଯାଇଥିଲା । ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଆର୍ଥିକ ସେବା ବିଭାଗର ବ୍ୟାଙ୍କିଙ୍ଗ ବିଭାଗ ଦ୍ବାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ସରକାର କହିଛନ୍ତି କି, ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଲିମିଟେଡରେ ମୋରାଟୋରିୟମ ନଭେମ୍ବର 17ରୁ  ଲାଗୁ ହୋଇଛି । ଏହା ଆସନ୍ତା ଡିସେମ୍ବର 16 ଯାଏଁ ଲାଗୁ ରହିବ । ଏହି ସ୍ଥଗିତାଦେଶ ବା ମୋରାଟୋରିୟମ ଅବଧିରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କର ଲିଖିତ ଅନୁମତି ବିନା, ବର୍ତ୍ତମାନ ସଞ୍ଚୟ କିମ୍ବା ଅନ୍ୟ ଆକାଉଣ୍ଟରୁ କୌଣସି ମଧ୍ୟ ଜମାକର୍ତ୍ତାଙ୍କୁ 25 ,000 ଟଙ୍କାରୁ ଅଧିକ ଟଙ୍କା ଦେବ ନାହିଁ । ଏପରିକି ଯଦି କୌଣସି ଖାତାଧାରୀଙ୍କ 1 ରୁ ଅଧିକ ଆକାଉଣ୍ଟ ଅଛି , ତେବେ ବି ସେ 25 ,000 ହଜାର ଟଙ୍କାରୁ ଅଧିକ ଉଠାଇ ପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Last Updated : Nov 25, 2020, 8:40 PM IST

ABOUT THE AUTHOR

...view details