ନୂଆଦିଲ୍ଲୀ: ଦେଶର 16 ରାଜ୍ୟର 3,61,000 ଗାଁରେ ଶୀଘ୍ର ପହଞ୍ଚିବ ବ୍ରଡବ୍ୟାଣ୍ଡ ସୁବିଧା । ଏଣୁ ଭାରତନେଟ ପାଇଁ 19,041 କୋଟି ଟଙ୍କାର Viability ଗ୍ୟାପ ଫଣ୍ଡିଂକୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଦେଶର 16 ରାଜ୍ୟର ଗାଁରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସୁବିଧା ପହଞ୍ଚାଇବାକୁ ପିପିପି ମଡେଲ ଜରିଆରେ ଭାରତନେଟ କାର୍ଯ୍ୟାନ୍ବୟନ ରଣନୀତିକୁ ଅନୁମତି ଦେଇଛି ।
ଭାରତନେଟ ପାଇଁ 19,041 କୋଟି, 16 ରାଜ୍ୟର ଗାଁରେ ପହଞ୍ଚିବ ଇଣ୍ଟରନେଟ
ଦେଶର 16 ଟି ରାଜ୍ୟରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମୋଡ୍ ମାଧ୍ୟମରେ ସଂଯୋଗ ହେବ ଇଣ୍ଟରନେଟ । ଏଥିପାଇଁ ଭାରତନେଟର ସଂଶୋଧିତ କାର୍ଯ୍ୟକାରିତା ରଣନୀତିକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଅଧିକ ପଢନ୍ତୁ..
କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି କି, ଇନଫରମେସନ ହାଇୱେ ପ୍ରତି ଗାଁରେ ପହଞ୍ଚାଇବାକୁ ଏହି ଦିଗରେ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଗତ ଅଗଷ୍ଟ 15ରେ ଲାଲ କିଲାର ପ୍ରଚୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ କି 1000 ଦିନରେ 6 ଲକ୍ଷ ଗାଁରେ ଭାରତନେଟ ମାଧ୍ୟମରେ ଅପ୍ଟିକାଲ ଫାଇବର ବ୍ରଡବ୍ୟାଣ୍ଡ ଆଣିବେ । ତେବେ ଏହି ଦିଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରସାଦ କହିଛନ୍ତି କି, ‘‘ଆମେ ଏହି ଦିଗରେ 1.56 ଲକ୍ଷ ଗ୍ରାମ ପଞ୍ଚାୟତରେ ପହଞ୍ଚିସାରିଛୁ । ଦେଶର 2.5 ଲକ୍ଷ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବରରେ ଯୋଡିବାର ଅଛି । ଆଜି ଭାରତ ନେଟକୁ ପିପିପି ମଡେଲ ମାଧ୍ୟମରେ ଦେଶର 16 ରାଜ୍ୟରେ29,432 କୋଟି ଟଙ୍କାର ଖର୍ଚ୍ଚକୁ ଆମେ ମଞ୍ଜୁରୀ ଦେଇଛୁ । ’’
ସେହିଭଳି ଦେଶର କୋଣଅନୁକୋଣରେ ପହଞ୍ଚୁ ବିଦ୍ୟୁତ । ଆଉ ସଠିକ ଭାବେ ସମସ୍ତେ ବିଦ୍ୟୁତର କରନ୍ତୁ ଉପଯୋଗ । ଏଥିପାଇଁ ଜାରି ରହିଛି କେନ୍ଦ୍ର ସରକାରଙ୍କ ପ୍ରୟାସ । ସେହିଭଳି ରପ୍ତାନୀ ଆଧାରିତ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ 1,22,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଉ । 6.28 ଲକ୍ଷ କୋଟି ଟଙ୍କାର ଏହି ରିଲିଫ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହା ଉପରେ କାମ ଆରମ୍ଭ ହୋଇଛି ।