ନୂଆଦିଲ୍ଲୀ: ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବ୍ୟବସାୟୀ ଓ କର୍ମଚାରୀଙ୍କୁ ରିଲିଫ ଦେବାକୁ ଇପିଏଫ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହ କୃଷ କ୍ଷେତ୍ର ପାଇଁ ଘୋଷଣା ହୋଇଥିବା 1 ଲକ୍ଷ କୋଟିର ଫଣ୍ଡ ଉପରେ ମଧ୍ୟ କ୍ୟାବିନେଟର ମୋହର ଲାଗିଛି ।
ସରକାରଙ୍କ 24 ପ୍ରତିଶତ ଇପିଏଫ ପ୍ରଦାନକୁ କ୍ୟାବିନେଟରେ ଅନୁମୋଦନ - ଇପିଏଫରେ ସରକାରଙ୍କ ଯୋଗଦାନ ଟ
୧୫ ହଜାରରୁ କମ ବେତନ ପାଉଥିବା କର୍ମଚାରୀଙ୍କ ଇପିଏଫ ଦେବେ ସରକାର । ଏହି ନିଷ୍ପତ୍ତିକୁ ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ । ଅଧିକ ପଢନ୍ତୁ..
କ୍ୟାବିନେଟ ବୈଠକରେ 24 ପ୍ରତିଶତ ଇପିଏଫ ସପୋର୍ଟକୁ ମଞ୍ଜୁରୀ ମିଳିଛି । ଯେଉଁ କମ୍ପାନୀରେ 100 କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ 90 ପ୍ରତିଶତ କର୍ମଚାରୀ 15 ହଜାରରୁ କମ ଆୟ କରନ୍ତି, ତେବେ ସେହିଭଳି କମ୍ପାନୀଙ୍କ ଇପିଏଫରେ ସରକାର ମାର୍ଚ୍ଚ ମାସରୁ ଅଗଷ୍ଟ ଯାଏଁ ଯୋଗଦାନ ପ୍ରଦାନ କରିବେ । ଏହା ଫଳରେ 3.67 ଲକ୍ଷ ନିଯୁକ୍ତିଦାତା ଏବଂ 72.22 ଲକ୍ଷ କର୍ମଚାରୀଙ୍କ ଉପକୃତ ହେବେ ।
ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ମାର୍ଚ୍ଚ 26ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଏ ନେଇ ଘୋଷଣା କରିଥିଲେ । ଏହା ଜରିଆରେ 12-12 ପ୍ରତିଶତ ଇପିଏଫ , କର୍ମଚାରୀ ଏବଂ କମ୍ପାନୀକୁ ସରକାର ଦେବେ ।