ନୂଆଦିଲ୍ଲୀ: ଆଶା-ଆଶଙ୍କାରେ ସୁନା ବ୍ୟବସାୟୀ। ଧନତେରସ ଓ ଦୀପାବଳିରେ ଅବସରରେ ବେପାର କମିବା ଡର । ଅଧିକ ଦାମ ଯୋଗୁଁ ଲୋକେ ଏତେଟା ଅଳଙ୍କାର କିଣି ନ ପାରନ୍ତି। ଫଳରେ ଗତ ବର୍ଷ ତୁଳନାରେ ଏଥର ଗହଣା ଚାହିଦା 20ରୁ 40 ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରୁଛନ୍ତି ସରଫା କାରବାରୀ।
ଦିଲ୍ଲୀ ବୁଲିୟନ ଆଣ୍ଡ ଜୁଏଲର୍ସ ୱେଲଫେୟର ଆସୋସିଏସନ ଅଧ୍ୟକ୍ଷ ବିମଳ ଗୋଏଲ କହିଛନ୍ତି ଯେ, ଗତ ବର୍ଷ ତୁଳନାରେ ଯଦିଓ ଏଥର ଦୀପାବଳିରେ ସୁନା ଚାହିଦା 20ରୁ 20 ପ୍ରତିଶତ ହ୍ରାସ ପାଏ ତେବେ ବି ଆମେ ନିରାଶ ହେବୁନାହିଁ । କାରଣ ଚଳିତଥର ଦାମ ବହୁତ ଅଧିକା ରହିଛି । ତେବେ ଯଦି ଅଧିକ ପରିମାଣରେ ଏହା କମେ ତାହାଲେ କାରବାର ଉପରେ ପ୍ରଭାବ ପକାଇବ। ’