ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ 2020-21 ବଜେଟ ଆଗତ କରିଛନ୍ତି । ଏହି ଅବସରରେ କୃଷକଙ୍କ ଆୟ ବଢାଇବା ଲାଗି ସରକାର 16ଟି ବଡ ଫୈସଲା ନେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ପିଏମ କୁସୁମ ଯୋଜନାରେ 20 ଲକ୍ଷ କୃଷକଙ୍କ ପମ୍ପକୁ ସୋଲାର ପମ୍ପରେ ଯୋଡାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହାସହ 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ।
ବଜେଟ 2020: ଫୋକସରେ କୃଷକଙ୍କ ଆୟ ବୃଦ୍ଧି - farmers income
ସାଧାରଣ ବଜେଟରେ କୃଷିକୁ ଗୁରୁତ୍ବ । 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ । 6.11 କୋଟି କୃଷକଙ୍କ ପାଇଁ ବୀମା ଯୋଜନା । ଅଧିକ ପଢନ୍ତୁ...
2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣା କରିବା ଲକ୍ଷ୍ୟ
ତେବେ ଆସନ୍ତୁ ଜାଣିବା ବଜେଟ୍ 2020ରେ କୃଷି କ୍ଷେତ୍ରକୁ କଣ ମିଳିଛି...
- କୃଷି ଉତ୍ପାଦନ ପାଇଁ କିଶାନ ଉଡାନ ସ୍କିମ୍
- ପିପିପି ମୋଡରେ ଚଲାଯିବ କିଶାନ ରେଳ
- 100 ମରୁଡି ଗ୍ରସ୍ତ ଜିଲ୍ଲାର ବିକାଶ ପାଇଁ ବିଶେଷ ଧ୍ୟାନ
- କିଶାନ ବୀମା ଯୋଜନାରେ ଯୋଡି ହୋଇଛନ୍ତି 6.11 କୋଟି କୃଷକ
- କୃଷି କ୍ଷେତ୍ରରେ ଅକ୍ଷୟ ଉର୍ଜାର ଉପଯୋଗ କରିବା ଏକ ମହତ୍ତପୂର୍ଣ୍ଣ ପ୍ରୟାସ
- ଜୈବିକ ଚାଷକୁ ଗୁରୁତ୍ବ ଦିଆଯିବ
- 15 ଲକ୍ଷ କୋଟି ଟଙ୍କାର କୃଷି ଋଣ ବାଣ୍ଟିବା ଲକ୍ଷ୍ୟ
- ଦୁଗ୍ଧର ପ୍ରୋସେସିଂ କ୍ଷମତା 2025 ସୁଦ୍ଧା ଦୁଇଗୁଣିତ କରିବା ଲକ୍ଷ୍ୟ
- ଗୋଟିଏ ଜିଲ୍ଲାର ଗୋଟିଏ ପ୍ରଡକ୍ଟ ଉପରେ ଫୋକସ
- କୃଷି ମାର୍କେଟକୁ ଇଲେକ୍ଟ୍ରୋନିକ ମାର୍କେଟ ସହ ଯୋଡାଯିବ
- ମତ୍ସ୍ୟଚାଷୀଙ୍କ ପାଇଁ ସାଗର ମିତ୍ର ଯୋଜନା ଆରମ୍ଭ
- ସାଗର ମିତ୍ର ଜରିଆରେ ମତ୍ସ୍ୟଚାଷୀଙ୍କ ସହ ଗ୍ରାମୀଣ ଯୁବକ କାମ କରିବେ
Last Updated : Feb 1, 2020, 3:54 PM IST