ନୂଆଦିଲ୍ଲୀ: ବଜେଟ 2021-22ରେ ସୁନା ଉପରେ ସୀମା ଶୁଳ୍କ ହ୍ରାସ କରି 7.5 ପ୍ରତିଶତ କରାଯାଇଛି । ଏହା ଦ୍ବାରା ସୁନାର ବେଆଇନ ଆମଦାନୀ ଅର୍ଥାତ ତସ୍କରୀ ହ୍ରାସ ହେବା ସମ୍ଭାବନା ରହିଛି । କାରଣ ଚାହିଦା ସୁଧୁରିବା ଦ୍ବାରା ଆଇନଗତ ବା ଅଫିସିଆଲ ଆମଦାନୀ ବଢିପାରେ । ବିଶ୍ବ ସ୍ବର୍ଣ୍ଣ ପରିଷଦ (WGC) ଏକ ରିପୋର୍ଟରେ ଏ ନେଇ ସୂଚନା ଦେଇଛି ।
WGC ମତ: ସୁନା ଉପରେ କଷ୍ଟମ ଡ୍ୟୁଟି ହ୍ରାସ, କଣ ମିଳିବ ଫାଇଦା ?
ସୁନା ତସ୍କରୀ ଉପରେ ଲାଗିବ ଅଙ୍କୁଶ । ଚଳିତ ବଜେଟରେ ସୁନା ଉପରେ ସୀମା ଶୁଳ୍କ ହ୍ରାସ ହେବା ଦ୍ବାରା କମିବ ଦାମ । ତେବେ ଏହା ଦ୍ବାରା କଣ ଫାଇଦା ମିଳିବ ସେ ନେଇ କହିଛି WGC । ଅଧିକ ପଢନ୍ତୁ..
ଡବ୍ଲୁଜିସିର ‘ଭାରତୀୟ ସୁନା ବଜାର ଉପରେ କେନ୍ଦ୍ର ବଜେଟ ପ୍ରଭାବ’ ରିପୋର୍ଟରେ କୁହାଯାଇଛି କି କମ ସୀମା ଶୁଳ୍କ ଦ୍ବାରା ସୁନା ତସ୍କରୀ କମିବା ଆଶା ରହିଛି । ରିପୋର୍ଟରେ କୁହାଯାଇଛି କି କୋଭିଡ-19 ଯୋଗୁଁ ହେବାକୁ ଥିବା ଲଜିଷ୍ଟିକ ବ୍ୟବଧାନ ଦ୍ବାରା 2020 ରେ ବେଆଇନ ଆମଦାନୀ 80 ପ୍ରତିଶତର ଭାରୀ ହ୍ରାସ ସହ 20ରୁ 25 ଟନ ରହିଯାଇଛି । ଏଥିରେ କୁହାଯାଇଛି କି 2021 ବର୍ଷରେ ଉଡାଣ କଟକଣା ଓ କମ ସୀମା ଶୁଳ୍କ ହେବା କାରଣରୁ ଆଗକୁ ଆହୁରୀ ପ୍ରଭାବିତ ହୋଇପାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ପ୍ରସ୍ତାବରେ ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ଭାରୀ ହ୍ରାସର ଘୋଷଣା କରିଥିଲେ ।
ସୀତାରମଣ ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ 5 ପ୍ରତିଶତ ହ୍ରାସ କରିଛନ୍ତି । ବର୍ତ୍ତମାନ ସୁନା ଓ ରୂପା ଉପରେ 12.5 ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି । ଏଭଳି ଭାବେ ଏବେ ସୁନା ଓ ରୂପା ଉୁପରେ କେବଳେ 7.5 ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି । ଏହା ଦ୍ବାରା ସୁନା ଓ ରୂପା ଦାମ ହ୍ରାସ ହେବ । ଅର୍ଥମନ୍ତ୍ରୀ କହିଛନ୍ତି କି 2019 ଜୁଲାଇରେ ସୁନା ଉପରେ ଆମଦାନୀ ଶୁଳ୍କ 10 ପ୍ରତିଶତରୁ ବଢି 12.5 ପ୍ରତିଶତ କରାଯାଇଛି । ଏଥିମଧ୍ୟରେ ସୁନାର ଦାମ ବହୁତ ବଢିଯାଇଛି । ଏହାକୁ ଦେଖିବାକୁ ଗଲେ ସରକାର ସୁନା ଓ ରୂପା ଉପରେ ସୀମା ଶୁଳ୍କ ତର୍କସଙ୍ଗତ ହେବ ।