ଓଡିଶା

odisha

ETV Bharat / business

ବଜେଟରେ କର ରିହାତି: ମଧ୍ୟମଙ୍କୁ ଆଶ୍ବସ୍ତି, ଉଚ୍ଚ ଆୟକାରୀଙ୍କୁ ଚଡକ

ଆୟକର ଉପରେ ରିହାତି ଦେବାକୁ ପ୍ରାକ ବଜେଟ ସର୍ଭେରେ ପରାମର୍ଶ ଦେଉଛନ୍ତି ଜନତା । ମଧ୍ୟମ ବର୍ଗଙ୍କ ଆୟ ଉପରେ ଟିକସ ରିହାତି ସୀମାକୁ ବୃଦ୍ଧି କରିବା ସହ ଉଚ୍ଚଆୟକାରୀଙ୍କଠାରୁ ମୋଟା ଟିକସ ଆଦାୟ ନେଇ ଚିନ୍ତା କରାଯାଉଛି ।

By

Published : Jul 2, 2019, 7:35 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବଜେଟରେ ମଧ୍ୟମବର୍ଗଙ୍କୁ ମିଳିପାରେ ଆଶ୍ବସ୍ତି । ବୃଦ୍ଧି ପାଇବ ଆୟକର ଛାଡ ସୀମା । ଏପଟେ ଆୟବ୍ୟୟ ସନ୍ତୁଳନ ରକ୍ଷା କରିବା ପାଇଁ ଉଚ୍ଚ ଆୟକାରୀଙ୍କ ଉପରେ ମୋଟା ଅଙ୍କର ଟିକସ ଲଗାଯିବ । ଖାସ କରି ଯେଉଁମାନଙ୍କ ଆୟ 10 କୋଟିରୁ ଅଧିକ ରହିବ ସେମାନଙ୍କ ଉପରେ 40 ପ୍ରତିଶତ ଟିକସ ଲଦିବାକୁ ଯୋଜନା କରାଯାଉଛି ।


ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଆୟକର ଛାଡ ସୀମା 2.5 ଲକ୍ଷ ରହିଛି । ଆଗକୁ ଏହାକୁ ସମ୍ପ୍ରସାରିତ କରିବାକୁ 74 ପ୍ରତିଶତ ଜନତା ମତ ପ୍ରକାଶ ପାଇଛି । ସେପଟେ 58 ପ୍ରତିଶତ କରଦାତାଙ୍କ କହିବା ଅନୁଯାୟୀ, 10 କୋଟିରୁ ଉର୍ଦ୍ଧ୍ବ ଆୟ କରୁଥିବା ବିତ୍ତଶାଳୀଙ୍କ ଉପରେ 40 ପ୍ରତିଶତ କର ଲଗାଇବାକୁ ସରକାର ବିଚାର କରିବା ଦରକାର । କେପିଏମଜି ଇଣ୍ଡିଆର ଏକ ପ୍ରାକ ବଜେଟ ସର୍ଭେ କରି ଏ ନେଇ ରିପୋର୍ଟ ପ୍ରକାଶ କରିଛି ।

ଆସନ୍ତା 5ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2019-20 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ଏଥିରେ ପ୍ରତିଟି କ୍ଷେତ୍ରରୁ ସୁସ୍ଥ ଓ ଶକ୍ତ କରିବାକୁ ସରକାର ଆଣିପାରନ୍ତି କିଛି ନୂଆ ସ୍କିମ । ତେବେ ଧନୀ ଓ ଗରିବଙ୍କ ମଧ୍ୟରେ ସନ୍ତୁଳନ ଓ ଦେଶର ରାଜସ୍ବ ବୃଦ୍ଧି ପାଇଁ ନିର୍ମଳାଙ୍କ ପେଢିରେ କଣ ରହିଛି ? ସେ ଉପରେ ସମଗ୍ର ଦେଶବାସୀଙ୍କ ଫେକସ ।

For All Latest Updates

ABOUT THE AUTHOR

...view details